ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି ୱେବସାଇଟକୁ ବନ୍ଦ

205

କନକ ବ୍ୟୁରୋ : ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି ତିରୁମାଲା ନାମରେ ତିଆରି ହୋଇଥିବା ସମସ୍ତ ୪୧ ଟି ନକଲି ୱେବସାଇଟକୁ ବନ୍ଦ କରାଯାଇଛି । ତେବେ ଏହି ୱେବସାଇଟ ପେଜ୍ ଗୁଡ଼ିକ ପରସ୍ପର ସହ ମେଳ ଖାଉଥିଲେ । ତେବେ ଏହି ୱେବସାଇଟ ଗୁଡ଼ିକ ଭକ୍ତଙ୍କୁ ମନ୍ଦିର ଦର୍ଶନ କରିବାକୁ ନକଲି ଟିକେଟ ଦେଉଥିଲେ ବୋଲି ଜଣାପଡ଼ିଛି । ଭକ୍ତମାନେ ଅନଲାଇନ ପେମେଂଟ କରିଥାନ୍ତି ଓ ଏକ କନଫରମେସନ ମେସେଜ ମଧ୍ୟ ୱେବସାଇଟ ପକ୍ଷରୁ ମିଳିଥାଏ । ଟିକେଟ ରିସିପ୍ଟକୁ ମନ୍ଦିର କାଉଁଟରରୁ ନେବା ପାଇଁ ୱେବସାଇଟ ପକ୍ଷରୁ ମେସେଜ କରାଯାଉଥିଲା । ତେବେ ମନ୍ଦିର କାଉଁଟରକୁ ଆସିବା ପରେ ଏହା ନକଲି ଟିକେଟ ବୋଲି ଜାଣିବା ପରେ ବହୁ ଭକ୍ତ ଏନେଇ ଅଭିଯୋଗ କରିଥିଲେ । ଏହି ନକଲି ୱେବସାଇଟରେ ଭିଆଇପି ଟିକେଟ ମଧ୍ୟ ବିକ୍ରି କରାଯାଉଥିଲା । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ମନ୍ଦିର ପ୍ରଶାସନ ପୋଲିସକୁ ଜଣାଇଥିଲା, ଆଉ ଏହା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ସାଇବର ଠକେଇ ପଛରେ ରାଜସ୍ଥାନ ଓ ଉତରପ୍ରଦେଶର ଠକ ସାମିଲ ଥିବା ପୋଲିସ୍ ସୁରାକ ପାଇଛି । ଏନେଇ ଅଧିକ ଖୋଳତାଡ଼ ଚାଲିଛି ।