ଅପୂଜା ଓ ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ : ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ

101

କନକ ବ୍ୟୁରୋ : ଅପୂଜା ଓ ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ଦେଖାଦେଇଛି ବିବାଦ । ପୂଜା ପଣ୍ଡା ତିନିଟି ପଇତା ଲାଗି କରିଥାନ୍ତି । କିନ୍ତୁ ବଡୁ ନିଯୋଗ ଏହାକୁ ବିରୋଧ କରୁଛନ୍ତି । ପୂଜା ପଣ୍ଡା ଗୋଟିଏ ଏବଂ ବଡୁ ନିଯୋଗ ଦୁଇଟି ପଇତା ମହାପ୍ରଭୁଙ୍କୁ ଲାଗି କରିବେ ବୋଲି ଦାବି କରୁଛନ୍ତି । ଗତକାଲି ମଧ୍ୟ ଏପରି ବିବାଦ ଉପୁଜିବାରୁ କାଲି ସଂଧ୍ୟା ଧୂପରୁ ନୀତି ବନ୍ଦ ରହିଛି । ଗତକାଲି ନୀତି ହୋଇନଥିବାରୁ ଆଜି ମଧ୍ୟ କୌଣସି ନୀତିକାନ୍ତ ହେବ ନାହିଁ ବୋଲି ଜଣାପଡ଼ିଛି । ଏଥିପାଇଁ ମନ୍ଦିର ପ୍ରଶାସନ ଓ ଦେବୋତର କମିଶନଙ୍କୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି ସେବାୟତ ।

ଚତୁର୍ଦଶୀ ପୂର୍ବ ଦିନ ପଇତା ଧୋଇ ପୂଜା ପଣ୍ଡା ପ୍ରଭୁଙ୍କୁ ୩ଟି ପଇତା ଲାଗି କରିଥାନ୍ତି । ମାତ୍ର ବଡୁ ସେବାୟତଙ୍କ କହିବା କଥା ହେଲା ପୂଜା ପଣ୍ଡା ପଇତା ଲାଗି କରିପାରିବେ ନାହିଁ । ସେ ପଟିଏ କରି‌ବେ ଓ ଆମେ ୨ ଗୋଟି ଲାଗି କରିବୁ। ମାତ୍ର ପୂଜା ପଣ୍ଡା ତାହାକୁ ଗ୍ରହଣ କରିନଥିଲେ । ୩ ଗୋଟି ପଇତା ସେ ମନ୍ତ୍ର କରି ଲାଗି କରିବେ ବୋଲି ଜିଦ୍‌ ଧରିଥିଲେ । ଏପରି ବିବାଦ ୨୦୨୦ ମସିହାରେ ବି ଥରେ ଉପୁଜିଥିଲା । ୨୦୨୧ ବି ସମାନ ଘଟଣା ଘଟିଥିଲା। ଏପରିକି ପଇତା ଧୁଆ ହୋଇ ମନ୍ତ୍ରା ସରିଥିଲେ ବି ଲାଗି ପାରିନଥିଲା। ବାରମ୍ବାର ଏପରି ନୀତିକାନ୍ତିରେ ବିଭ୍ରାଟ ହେଉଥିବାରୁ ଗତବର୍ଷ ମନ୍ଦିର କାର୍ଯ୍ୟାଳୟ ବାଧ୍ୟ ହୋଇ ଦେବୋତ୍ତର କମିଶନ ନିକଟକୁ ଯାଇଥିଲା । ହେଲେ ଆଜି ଯାଏ ନୋଟିସ୍‌ ହେଲାନି କି ବିଚାର ହେଲା ।