ବଡି ଭୋରରୁ ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ । ଟ୍ରାଫିକ ବ୍ୟବସ୍ଥାର କଲେ ଅନୁଧ୍ୟାନ, ଖୁବଶୀଘ୍ର ଟ୍ରାଫିକ ସମସ୍ୟାର ହେବ ସମାଧାନ ।

120

କନକ ବ୍ୟୁରୋ : ସୁଧୁରିବ ଭୁବନେଶ୍ୱରର ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ ବ୍ୟବସ୍ଥାରେ ଆସିବ ବ୍ୟାପକ ପରିବର୍ତ୍ତନ । ଏନେଇ ଖୁବଶୀଘ୍ର ପ୍ରସ୍ତୁତ ରୋଡମ୍ୟାପ୍ । ଭୁବନେଶ୍ୱରର ବିଭିନ୍ନ ଛକରେ ଟ୍ରାଫିକ ବ୍ୟବସ୍ଥା ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଲି ଦେଖିବା ପରେ କିଛି ଏଭଳି ସଂକେତ ମିଳିଛି ।

ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ ସମସ୍ୟା ହୋଇ ଛିଡାହେଲାଣି । ତେଣୁ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଓ ଏହାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ବଡି ଭୋରରୁ ଭୁବନେଶ୍ୱରର ବିଭିନ୍ନ ଛକ ବୁଲିବା ସହ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ, ଆଇଗିଣିଆ ଛକ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ୫-ଟି ସଚିବ । ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ୫-ଟି ସଚିବ ।