ହିଣ୍ଡେନବର୍ଗ ଓ ଆଦାନୀ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ । କହିଲେ, ମାମଲା ଉପରେ ସୁପ୍ରିମକୋର୍ଟରେ ଜବାବ ଦେବାକୁ ରେଗୁଲେଟର ସକ୍ଷମ

91

କନକ ବ୍ୟୁରୋ : ହିିଣ୍ଡେନବର୍ଗ ଓ ଆଦାନୀ ବିବାଦକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଠକରେ ହିଣ୍ଡେନବର୍ଗ ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାର ଉତର ରଖି ଅର୍ଥମନ୍ତ୍ରୀ କହିଥିଲେ ଭାରତୀୟ ରେଗୁଲେଟର ବେଶ ଅଭିଜ୍ଞ ଓ ସେମାନେ ନିଜ କ୍ଷେତ୍ରରେ ପାରଙ୍ଗମ । ରିପୋର୍ଟକୁ ନେଇ ସ୍ଥିତି ଉପଜିଛି ଏହା ଉପରେ ଉତର ଦେବାକୁ ସେମାନେ ସମ୍ପୂର୍ଣ୍ଣ ସକ୍ଷମ । ତେଣ ସୁପ୍ରିମକୋର୍ଟରେ ହିଣ୍ଡେନବର୍ଗ ଓ ଆଦାନୀ ସମ୍ବନ୍ଧିତ କୌଣସି ଉତର ସେ ଦେବେ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।