ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୂଳ ଛାନିଆ : ବର୍ଷାରୁ ସୁରକ୍ଷା ପାଇଁ ତରବରିଆ ଧାନ କାଟୁଛନ୍ତି ଚାଷୀ

115

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୂଳ ଛାନିଆ । ବିଶେଷକରି ଧାନ ଚାଷୀମାନେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ଚଳିତ ବର୍ଷ କନ୍ଧମାଳରେ ବିଳମ୍ବିତ ବର୍ଷା ହୋଇଥିଲା । ତେଣୁ ଚାଷୀ କୂଳ ବିଳମ୍ବରେ ଧାନ ଚାଷ କରିଥିଲେ । ତେଣୁ କ୍ଷେତରେ ଧାନ ସମ୍ପୁର୍ଣ୍ଣ ରୂପେ ହୋଇପାହିଁ । ଧାନ ପାଚିବାକୁ ଆଉ କିଛି ଦିନ ବାକି ଥିବା ବେଳେ ବାତ୍ୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଏପରିକି କଂଚା ଧାନକୁ ତରବରିଆ ଭାବେ ଅମଳ କରୁଛି ଚାଷୀ ।

କନ୍ଧମାଳ ଫୁଲବାଣୀ ବ୍ଲକ ଆଲାମୀ ଗାଁରୁ ଆସିଛି ଚାଷୀଙ୍କ ଧାନ ଅମଳର ଚିତ୍ର । ଚାଷୀ ଭଲ ଅମଳ ଆଶାରେ ବର୍ଷସାରା ପରିଶ୍ରମ କରିଥିଲା । କିନ୍ତୁ ମଝିରେ ମଝିରେ ଲଘଂଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି । ଏବେ ବାତ୍ୟା ଆଶଙ୍କା ଆହରି ଚାଷୀଙ୍କ ଚିନ୍ତା ବଢାଇଛି । ଧାନ କାଟି ଖଳାରେ ରଖିଲେ ଗଜା ହୋଇଯିବାର ସମ୍ଭାବନା ରହିଛି । ସେପଟେ ଖଳାରେ ପାଲ ଘୋଡ଼ାଇ ରଖିବା ମଧ୍ୟ ସମ୍ଭବ ହେଉନାହିଁ ତେଣୁ ଧାନ ଅମଳ ପାଇଁ କଲବଲ ହେଉଛି ଚାଷୀ ।