ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୭୧ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ । 

110

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୭୨ ରନର ବଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ଡିଭିଲିୟର୍ସକୁ ଅଟକାଇ ପାରିନଥିଲା । ଦଳ ପକ୍ଷରୁ ଡିଭିଲିୟର୍ସ ୭୫, ରଜତ ପଟିଦାର ୩୧ ଓ ମ୍ୟାକ୍ସୱେଲ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିବାରେ ସକ୍ଷମ ହୋଇଥିଲା ।