ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । 

463

କନକ ବ୍ୟୁରୋ: ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ଆଖିବୁଜିଦେଲେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ୮୭ ବର୍ଷ ବୟସରେ ମନୋଜ ଦାସଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଥିଲେ ମନୋଜ ଦାସ । ତାଙ୍କ ଦେହାନ୍ତରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି ।

୧୯୩୪ ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମନୋଜ ଦାସ । କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ୱତୀ ସମ୍ମାନ ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପି ପାଇଥିଲେ ମନୋଜ ଦାସ । ଓଡିଆ ସାହିତ୍ୟ ପ୍ରତି ଥିଲା ତାଙ୍କର ଅନେକ ଅବଦାନ ।

ଓଡିଆ ସାହିତ୍ୟ ଓ ଇଂରାଜୀ ସାହିତ୍ୟରେ ଥିଲା ତାଙ୍କର ଅତୁଳନୀୟ ଅବଦାନ । ଅମୃତ ଫଳ, କନକ ଉପତ୍ୟକାର କାହଣୀ, ଆକାଶର ଇସାରା, ଶେଷ ବସନ୍ତର ଚିଠି, ଉପକଥା ଶତକ, ଚନ୍ଦ୍ରାଲୋକର ପ୍ରହରୀ ଓ ଆରଣ୍ୟକ ଭଳି ଗଳ୍ପ ଲେଖିଥିଲେ ।