ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।

183

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି । ଆଇସିସି ଜାରି କରିଛି ଟେଷ୍ଟ ରାଙ୍କିଂ ତାଲିକା । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଶୀର୍ଷରୁ ହଟାଇ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର ବନିଛନ୍ତି ଜାଡେଜା ।

୩୮୬ ଅଙ୍କ ସହ ଜାଡେଜା ଶୀର୍ଷରେ ଥିବା ବେଳେ ୩୮୪ ଅଙ୍କ ସହ ଜେସନ ହୋଲ୍ଡର ଦ୍ୱିତୀୟ ସ୍ଥାନରେ, ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ୩୭୭ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ତେବେ ୩୫୩ ଅଙ୍କ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । ସେହିପରି ବାଂଲାଦେଶର ସକିବ ଅଲ୍ ହାସନ ୩୩୮ ଅଙ୍କ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ସେହିପରି ଆଇସିସି ଜାରି କରିଛି ଟେଷ୍ଟ ବ୍ୟାଟିଂ ରାଙ୍କିଂ ତାଲିକା । ତାଲିକାର ଟପ୍ ଟେନରେ ୩ଜଣ ଭାରତୀୟ ଖେଳାଳୀ ସ୍ଥାନ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିଟମ୍ୟାନ୍ ରୋହିତ ଶର୍ମା ୭୪୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ସମାନ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ଯୁବ ତାରକା ଋଷଭ ପନ୍ଥ ।

ତାଲିକାର ଶୀର୍ଷରେ ରହିଛନ୍ତି, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ । ତୃତୀୟରେ ରହିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ । ଇଂଲଣ୍ଡର ଜୋ ରୁଟ୍ ପଞ୍ଚମ ସ୍ଥାନରେ ଥିବା ବେଳେ, ଅଷ୍ଟମରେ ହେନେରୀ ନିକୋଲ୍ସ, ନବମରେ ଡେଭିଡ୍ ୱାର୍ନର ଏବଂ ଦଶମରେ ଦକ୍ଷିଣଆଫ୍ରିକାର କ୍ୱିଣ୍ଟନ ଡିକକ ରହିଛନ୍ତି ।