ହିଟ୍ ଗୀତ ପରେ ଏବେ ରିଲିଜ ହୋଇଛି ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ ମୁଖ୍ୟ ଭୂମିକାରେ ଶ୍ରଦ୍ଧା ଓ ରଣବୀର

101

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ହିଟ ଗୀତ ଫ୍ୟାନ୍ସଙ୍କୁ ଭେଟିଦେବା ପରେ ଶେଷରେ ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ । ଯେଉଁଥିରେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମ ଆଜିକାଲିର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ତେବେ ହୋଲିର ମାହୋଲରେ ଏହା ଧୁମ ମଚାଇବ ବୋଲି ଆଶା ରଖିଛନ୍ତି ମେକର୍ସ ।

ହୋଲିର ମାହୋଲକୁ ଡ଼ବଲ କରିବାକୁ ରିଲିଜ ହୋଇଛି ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’ । ଯେଉଁଥିରେ ଆଜିକାଲିର ପ୍ରେମ କାହାଣୀକୁ ସୁନ୍ଦର ଢ଼ଙ୍ଗରେ ପ୍ରଦର୍ଶନ କରାଯାଇଛି । ରୋମାନ୍ସ, କମେଡ଼ି ଓ ଡ଼୍ରାମାର ଭରପୁର ପ୍ୟାକେଜରେ ରିଲିଜ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ହ୍ୟାଣ୍ଡସମ ହଙ୍କ ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ଗୁଲସୁନ କୁମାର, ଭୁଷଣ କୁମାର ଓ ଟିସିରିଜ ପ୍ରସ୍ତୁତ ଏହି ଫିଲ୍ମରେ ଆଜିକାଲିର ଲଭ ରିଲେସନକୁ ଆସିବା ସହଜ ଓ ସେଥିରୁ ବାହାରିବା କେତେ କଷ୍ଟକର ବୋଲି ଦର୍ଶାଯାଇଛି । ତେବେ ଏଥିରେ ଆଜିକାଲିର ପ୍ରେମ କାହାଣୀ ସହ ରହିଛି ଦମଦାର କମେଡ଼ି । ଫିଲ୍ମର ନିର୍ଦ୍ଦେଶନା ଭାର ଲଭ ରଂଜନ ତୁଲାଇଛନ୍ତି । ସେହିପରି ପ୍ରଯୋଜନା ଭାର ତୁଲାଇଛନ୍ତି ଲଭ ରଂଜନ ଓ ଅଙ୍କୁର ଗର୍ଗ । ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର , ବହୁ ଦମଦାର ଗୀତ ଫ୍ୟାନ୍ସ ଖୁବ ପସନ୍ଦ କରିଥିଲେ । ତେବେ ହୋଲିର ମାହୋଲକୁ ଆହୁରି ବଢ଼ାଇବା ସହ ଏହା ବକ୍ସ ଅଫିସରେ ରେକର୍ଡ଼ କରୁଛି କି ନାହିଁ ଏନେଇ ଆଶାବାଦୀ ଅଛନ୍ତି ପୁରା ଟିମ ।