ରାଜସ୍ଥାନରୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା, ପାଣିରେ ବୁଡି ୫ ଶିଶୁଙ୍କ ମୃତ୍ୟୁ

140

କନକ ବ୍ୟୁରୋ : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । କ୍ଷେତ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଗୋଟିଏ ଗାଁର ୫ ଶିଶୁଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ପୁଅ ଓ ୩ ଜଣ ଝିଅ ଅଛନ୍ତି । ଏଭଳି ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ପରିଜନଙ୍କ କାନ୍ଦବୋବାଳୀରେ ପୁରା ଗାଁ କମ୍ପି ଉଠିଛି । ଖବର ପାଇବା ପରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ଉଦ୍ଧାର କରିବା ସହ ସେମାନଙ୍କ ପୋଷ୍ଟମର୍ଟମ୍ ପାଇଁ ପଠାଇଛି ।

ପୋଲିସର କହିବା ମୁତାବକ ଶ୍ରୀଗଙ୍ଗାନଗର ଜିଲ୍ଲା ରାମସିଂପୁର ଥାନା ଓଦାସର ଗାଁରେ ଏଭଳି ଘଟଣା ଘଟିଛି । ଗାଁର କିଛି ପିଲା କ୍ଷେତ ନିକଟରେ ପାଣି ସଂରକ୍ଷିତ ରଖାଯିବାକୁ ଖୋଳା ଯାଇଥିବା ଏକ ଗାତ ନିକଟରେ ଖେଳୁଥିଲେ । ହେଲେ ସେହି ପାଣିରେ ଜଣଙ୍କ ପରେ ଜଣେ ୫ ଜଣ ପିଲା ପଡିଯାଇଥିଲେ । ହେଲେ ନିକଟରେ କେହି ନଥିବାରୁ ସେହି ପାଣିରେ ପଡି ପିଲାମାନଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି କି ମୃତ୍ୟୁ ହୋଇଥିବା ସମସ୍ତ ପିଲା ସଂପର୍କରେ ଭାଇ ଭଉଣୀ । ଅର୍ଥାତ ମୃତ ୫ ଜଣ ଯାକ ଗୋଟିଏ ପରିବାରର ।