ଜନ ଆଶୀର୍ବାଦ ଯାତ୍ରାରେ ଯାଇ ରାଗିଗଲେ ରେଳ ମନ୍ତ୍ରୀ

ମାଲକାନଗିରି ପୋଷ୍ଟ ଅଫିସରେ ଦୁର୍ନୀତି ଅଭିଯୋଗ ମାମଲାରେ ବରିଷ୍ଠ ଅଧିକାରୀଙ୍କୁ ଗାଳି କଲେ ଅଶ୍ୱିନୀ ବୈଷ୍ଣବ ; ୩୦ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

411

କନକ ବ୍ୟୁରୋ : ଜନ ଆଶୀର୍ବାଦ ଯାତ୍ରାରେ ଯାଇ ରାଗିଗଲେ ରେଳ ମନ୍ତ୍ରୀ । ମାଲକାନଗିରିରେ ଥିବା ବିଭିନ୍ନ ପୋଷ୍ଟ ଅଫିସ ଦୁର୍ନିତୀ ମାମଲାରେ ବରିଷ୍ଠ ଅଧିକାରୀଙ୍କୁ ତାଗିଦ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୦ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିର୍ଦ୍ଧାରିତ ସମୟରେ ତଦନ୍ତ ନସାରିଲେ ସମସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏନେଇ ସିନିୟର ସୁପରିଟେନଣ୍ଡେଂଟ ପୋଷ୍ଟାଲ ଜୟପୁର ଡ଼ିଭିଜନକୁ ତଦନ୍ତ ସାରି ରିପୋର୍ଟ ଦେବାକୁ ସେ କହିଛନ୍ତି ।