କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିଛନ୍ତି ୪ ହକି ଖେଳାଳି । ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ସାମିଲ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଆଜି ନିଜ ଗାଁ ମାଟିକୁ ଫେରୁଛନ୍ତି । ଅଲିମ୍ପିକ୍ସରେ ପୁରୁଷ ହକି ଦଳର ପଦକ ବିଜୟ ଓ ମହିଳା ହକି ଦଳର ଲଢୁଆ ପ୍ରଦର୍ଶନ ପରେ ଚାରିଆଡୁ ଏହି ଖେଳାଳିମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଓଡ଼ିଶାର ଏହି ତାରକା ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରାଯାଇଛି ।
ଝାରସୁଗୁଡା ବିମାନବନ୍ଦରରେ ୪ ଓଡିଆ ହକି ଖେଳାଳି
/kanak/media/post_attachments/wp-content/uploads/2021/08/24-17.jpg)