ଏୟାରପୋର୍ଟରେ ମାନବିକତାର ମିଶାଲ : ବିମାନବନ୍ଦରରେ ପିଲାଙ୍କ ନିଆଯାଉଛି ଯତ୍ନ, ବାପା ମାଆଙ୍କ ପରି ଦିଆଯାଉଛି ସ୍ନେହ

251

କନକ ବ୍ୟୁରୋ : କାବୁଲ ଏୟାରପୋର୍ଟରେ ମାନବିକତାର ମିଶାଲ । ବିମାନ ବନ୍ଦରରେ ପିଲାଙ୍କ ଯତ୍ନ ନିଆଯାଉଛି । ବାପା ମାଆଙ୍କ ପରି ସ୍ନେହ ଦିଆଯାଉଛି । ବିମାନ ବନ୍ଦର ତାର ବାଡ ପାର କରି ପିଲା ମାନଙ୍କୁ ଏୟାରପୋର୍ଟ ଭିତରକୁ ଆଣିଥିଲେ ଆମେରିକା ସେନା । ଏମାନଙ୍କ ଭିତରେ ଥିଲେ ଅନେକ କଅଁଳ ଶିଶୁ । କାବୁଲର ଭୟାବହ ସ୍ଥିତି ଭିତରେ ବାପା ମାଆଙ୍କ ଠାରୁ ଦୂରରେ ଥିଲେ । ସେମାନେ କ’ଣ ଜାଣିଛନ୍ତି, କାବୁଲରେ କ’ଣ ଚାଲିଛି ।

ପିଲାମାନେ ଯେପରି ନିଜକୁ ଏକୁଟିଆ ନଭାବନ୍ତି ସେଥିପାଇଁ ନିଜର ପରି ସ୍ନେହ ଦେଇଥିଲେ ଆମେରିକା ସେନା । ମହିଳା ଅଧିକାରୀମାନେ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ନେଇଥିଲେ । ଛୋଟ ପିଲାଙ୍କୁ ମାଆ ପରି କୋଳରେ ଧରି ସୁଆଇ ଦେଇଥିଲେ । ପିଲାଙ୍କୁ ପାଣି ପିଇବାକୁ ଦେଇଥିଲେ । କେବଳ ମହିଳା ଅଧିକାରୀ ନୁହଁ ପୁରୁଷ ଅଧିକାରୀମାନେ ମଧ୍ୟ ଆଫଗାନସ୍ତାନର ଏହି ପିଲାଙ୍କର ବିଶେଷ ଯତ୍ନ ନେଇଥିଲେ ।