ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକିୟା । କହିଲେ, ଏହା ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ

179

କନକ ବ୍ୟୁରୋ : କେନ୍ଦ୍ର ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଲାଗୁ କରିବାକୁ ତତ୍ପରତା ଦେଖାଇଛନ୍ତି । ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ କମିଟି ଗଠନ କରିସାରିଛନ୍ତି । ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ।

ରାହୁଲ ଗାନ୍ଧୀ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଭାରତ ହେଉଛି କିଛି ରାଜ୍ୟର ଏକ ମିଳିତ ସଂଘ । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ରାହୁଲ ଗାନ୍ଧୀ ଦେଶର ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି କହିଛନ୍ତି ।

ସୂଚନା ଥାଉକି କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଯେଉଁ କମିଟି ପ୍ରସ୍ତୁତ କରିଛନ୍ତି ସେଥିରେ ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ ବିରୋଧୀଦଳ ନେତା ଅଧୀର ରଂଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଏନକେ ସିଂ, ସୁଭାଷ କଶ୍ୟପ, ହରିଶ ସାଲଭେ ଓ ସଂଜୟ କୋଠାରୀଙ୍କୁ ସାମିଲ କରାଯାଇଛି । ହେଲେ ଲୋକସଭାର ବିରୋଧୀଦଳ ନେତା ଅଧିର ରଂଜନ ଚୌଧୁରୀ ଏହି କମିଟିରେ ରହିବେ ନାହିଁ ବୋଲି ସିଧାସଳଖ ମନା କରିବା ସହ ଏନେଇ ସେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖିଛନ୍ତି ।