ଓଟିଡିସିର ୪୪ତମ ପ୍ରତିଷ୍ଠା ଦିବସ ପାଳିତ । ପାନ୍ଥନିବାସ କ୍ୟାମ୍ପରେ ପୂଜାର୍ଚ୍ଚନା, ବୃକ୍ଷରୋପଣ ।

82

କନକ ବ୍ୟୁରୋ: ଭୁବନେଶ୍ୱର ପାନ୍ଥନିବାସରେ ପାଳିତ ହୋଇଛି ଓଟିଡିସିର ୪୪ତମ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ଓଟିଡିସିର ବିିଭିନ୍ନ ପାନ୍ଥନିବାସ ଓ ନିମନ୍ତ୍ରଣ ଶାଖାକୁ ଉନ୍ନତମାନର ସେବା ପାଇଁ ସମ୍ମାନିତ କରାଯାଇଛି । ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି ଯେଉଁଭଳି ଭାବରେ ବିଗତ କିଛି ବର୍ଷ ହେବ ଓଟିଡିସି ସଫଳତା ପାଇଛି ତାହା ଆଗାମୀ ଦିନ ମଧ୍ୟ ଜାରି ରହିବ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ପାନ୍ଥନିବାସ କ୍ୟାମ୍ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷରୋପଣ କରାଯାଇଛି ।