ହାରିବେ ପୁଟିନ୍, ଜିତିବ ୟୁକ୍ରେନ୍ । ଋଷ-ୟୁକ୍ରେନ୍ ଯୁଦ୍ଧ ନେଇ ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ

97

କନକ ବ୍ୟୁରୋ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ୩ଟି ଭବିଷ୍ୟବାଣୀ କରିଛନ୍ତି । ଜନସନ କହିଛନ୍ତି, ପ୍ରଥମ କଥା ହେଉଛି ପୁଟିନ ୟୁକ୍ରେନ୍‌ ଯୁଦ୍ଧରେ ହାରିଯି‌ବେ। ୟୁକ୍ରେନ ନାଗରିକଙ୍କ ଦେଶଭକ୍ତି ପାଇଁ ପୁଟିନ ହାରିବେ। ବ୍ରିଟେନ୍‌ ୟୁକ୍ରେନକୁ ସମର୍ଥନ ଜାରି ରଖିବ। ନିଜ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣକୁ ନ ଆଣିବା ପର୍ଯ୍ୟନ୍ତ ବ୍ରିଟେନ୍‌ ୟୁକ୍ରେନକୁ ଆର୍ଥିକ, ରାଜନୈତିକ ଏବଂ ସାମରିକ ସହଯୋଗ ଜାରି ରଖିବ ବୋଲି ଜନସନ କହିଛନ୍ତି।

ଦ୍ବିତୀୟ କଥା ‌ହେଉଛି ୟୁକ୍ରେନ୍‌ରେ ଯାହା ହେଉଛି ସେଥିପାଇଁ ବିଶ୍ବବ୍ୟାପୀ ରୁଷର ସାମରିକ ରପ୍ତାନୀ ଅତି ଖରାପ୍‌ ଭାବେ ପ୍ରଭାବିତ ହେବ। ରୁଷ୍‌ ପାଖରେ ଅତ୍ୟାଧୁନିକ ସାମରିକ ଶକ୍ତି ଥିଲେ ବି ଏହା ୟୁକ୍ରେନ୍‌ ବାୟୁସୀମାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ।  ତୃତୀୟ କଥା ‌ହେଉଛି ୟୁକ୍ରେନରେ ଯୁଦ୍ଧ କରି ପୁଟିନ ରୁଷ୍‌କୁ ଅତି ସାଂଘାତିକ ଭାବେ ଦୁର୍ବଳ କରିଦେବେ ଏବଂ ଚୀନକୁ ଶକ୍ତିଶାଳୀ କରିବେ। ହିନ୍ଦୁସ୍ତାନ ଟାଇମ୍ସ ନେତୃତ୍ବ ସମ୍ମିଳନୀର ପଞ୍ଚମ ଦିନରେ ଆଜି ହିନ୍ଦୁସ୍ତାନ ଟାଇମ୍ସ ମୁଖ୍ୟ ସମ୍ପାଦକ ଆର୍‌ ସୁକୁମାରଙ୍କ ସହ କଥା ହୋଇ ଜନସନ୍‌ ଏହି ଟିପ୍ପଣୀ ଦେଇଛନ୍ତି।