କାଲିଠୁ ଶ୍ରୀମନ୍ଦିରରେ ସ୍ୱାଭାବିକ ହେବ ଦର୍ଶନ ବ୍ୟବସ୍ଥା : ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ଦିନକୁ ୩୦ ହଜାର ଭକ୍ତ କରିବେ କାଳିଆ ଦର୍ଶନ; ସ୍ଥିତି ସମୀକ୍ଷା କଲେ ଡିଆଇଜି ଓ  ଜିଲ୍ଲାପାଳ 

91

କନକ ବ୍ୟୁରୋ : ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଡିଆଇଜି ଓ  ଜିଲ୍ଲାପାଳ ପହଚିଂ ଏନେଇ ଅନୁଧ୍ୟାନ କରିଛନ୍ତି । ବ୍ୟାରିକେଡ ସ୍ଥାନ ବୁଲିକି ଦେଖିଛନ୍ତି । ସିଂହଦ୍ୱାରରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏଥିପାଇଁ ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବ ।

ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହା ପାଇଁ ଅନେକ ଭକ୍ତ ଦୂରଦୁରାନ୍ତରୁ ଆସି ନିରାଶ ହୋଇ ଫେରୁଥିଲେ ।