ଏସସିବିରୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡିତା ନାବାଳିକା : ବିଜେପି ପ୍ରତିନିଧୀ ଦଳ ପହଂଚିବା ପୂର୍ବରୁ ସୁସ୍ଥ ହୋଇ ଫେରିସାରିଥିଲେ ପୀଡିତା, ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଦଳ

କହିଲା, ସନ୍ଦେହଜନକ ଭାବେ କରାଯାଇଛି ଡିସଚାର୍ଜ

94

କନକ ବ୍ୟୁରୋ : ଏସସିବିରୁ ଘରକୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡିତା ନାବାଳିକା । ବିଜେପି ପ୍ରତିନିଧୀ ଦଳ ପୀଡିତାଙ୍କୁ ସାକ୍ଷାତ କରିବାକୁ ଏସସିବିରେ ପହଂଚିଲା ବେଳକୁ ନାବାଳିକା ସୁସ୍ଥ ହୋଇ ଘରକୁ ଫେରି ସାରିଥିଲେ, ଯାହାଫଳରେ ନିରାଶ ହୋଇ ଫେରିଛନ୍ତି ବିଜେପିର ଟିମ୍ । ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଦଳ । ସେପଟେ ଚିକିତ୍ସିତ ହେଉଥିବା ଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସୁସ୍ଥ ଥିବାରୁ ତାଙ୍କୁ ଘରକୁ ପଠାଇଦିଆଯାଇଥିବା କହିଛନ୍ତି ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ପାଇଁ ଏସସିବି ପହଂଚିଥିଲା, ହେଲେ ସେତେବେଳକୁ ନାବାଳିକା ଡିସ୍ଚାର୍ଜ ହୋଇ ଘରକୁ ଚାଲିଯାଇଥିଲେ । ଫଳରେ ବିଜେପି ଟିମ୍ ପରିବାରକୁ ସାକ୍ଷାତ କରିନପାରି ଏସସିବି ଅଧୀକ୍ଷକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ପାଇଥିଲେ । ମାତ୍ର ସନ୍ତୋଷ ଜନକ ଉତର ପାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ଦଳ ।