କଡା ସୁରକ୍ଷା ମଧ୍ୟରେ ରହିଛି ଦିଲ୍ଲୀ : ୨୭ ହଜାର ପୋଲିସ କର୍ମଚାରୀ ମୁତୟନ;ସମସ୍ତ ଛକରେ ଲାଗିଛି ସିସିଟିଭି

73

କନକ ବ୍ୟୁରୋ : ଦିଲ୍ଲୀରେ ଜାତୀୟସ୍ତରୀୟ ପରେଡ ଉତ୍ସବ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୨୭ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ୭୧ ଡିସିପି, ୨୧୩ ଏସିପି ଓ ୭୫୩ ଇନସ୍ପେକ୍ଟରଙ୍କୁ ମୁତୟନ କରାଯାଇଛି । ଏମାନଙ୍କୁ ସହାୟତା କରୁଛନ୍ତି ସିଆରପିଏଫର ୬୫ କମ୍ପାନି ଫୋର୍ସ । ଇଣ୍ଡିଆ ଗେଟ୍, ଅମର ଯବାନ ଜ୍ୟୋତି, ରାଜପଥ, ବିଜୟ ଚୌକ ସମେତ ଆଖପାଖ ଅଂଚଳରେ ଟ୍ରାଫିକ କଟକଣା ଲଗା ଯାଇଛି ।

ସାରା ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପରେଡ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ପାର୍କିଂରେ ଗାଡି ରଖିବା ପରେ ସୁରକ୍ଷା ଦୃଷ୍ଟିରୁ ରିମୋଟ କଂଟ୍ରୋଲ ଚାବି ମଧ୍ୟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ପ୍ରମୁଖ ଛକ ମାନଙ୍କରେ ଲଗାଯାଇଛି ସିସିଟିଭି କ୍ୟାମେରା । ଡ୍ରୋନକୁ ନଷ୍ଟ କଲା ଭଳି ମାରଣାସ୍ତ୍ର ମଧ୍ୟ ମୁତୟନ କରାଯାଇଛି । ଗତବର୍ଷ ଭଳି କୌଣସି ଅଘଟଣ ଏଡାଇବାକୁ ଦିଲ୍ଲୀକୁ ସଂଯୋଗ କରୁଥିବା ଟିକରି, ସିଂଘୁ ଓ ଗାଜିପୁର ସୀମାକୁ ସିଲ କରି ଦିଆଯାଇଛି ।