ବାଇଡେନଙ୍କ  ନିଷ୍ପତ୍ତିକୁ ନେଇ ଚର୍ଚ୍ଚା । ନିଜ ପାଖରେ ଅଳ୍ପ ପରିମାଣର ଗଞ୍ଜେଇ ରଖିବା ନୁହେଁ ଅପରାଧ । 

141

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଟିଏ କଥା ଓ ଗୋଟିଏ ନିଷ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ଏବେ ବଡ ଘୋଷଣା କରିଛନ୍ତି ଓ କହିଛନ୍ତି କି ଅଳ୍ପ ପରିମାଣରେ ଗଞ୍ଜେଇ ରଖିବା କୌଣସି ଅପରାଧ ନୁହେଁ । ଗଞ୍ଜେଇ ରଖିବା ଓ ବ୍ୟବହାର ଅଭିଯୋଗରେ ଆମେରିକା ଜେଲରେ ବନ୍ଦୀ ଥିବା ବନ୍ଦୀମାନଙ୍କୁ ଖୁବଶୀଘ୍ର ଖଲାସ କରାଯିବ ବୋଲି ବାଇଡେନ ସରକାର ଘୋଷଣା କରିଛନ୍ତି ।

ଆମେରିକା ରାଷ୍ଟ୍ରପତି କହିଛନ୍ତି କି ଗଞ୍ଜେଇ ରଖିବା ଓ ଖାଇବା ଅଭିଯୋଗରେ କାହାକୁ ଜେଲରେ ରଖିବା ଠିକ୍ ନୁହେଁ । ଏହି ଘୋଷଣା ପରେ ପ୍ରାୟ ୬ ହଜାର ୫ଶହ ଲୋକ ଜେଲରୁ ମୁକୁଳିବେ । ତେବେ ଦେଶର ରାଷ୍ଟ୍ର୍ରପତି ହେବା ସମୟରେ ବାଇଡେନ ଏକ ଘୋଷଣା କରିଥିଲେ ଓ କହିଥିଲେ କି ଗଞ୍ଜେଇ ବ୍ୟବହାରକୁ ଅପରାଧୀକରଣ ନକରିବା ସହ ଦୋଷୀ ସାବ୍ୟସ୍ତ ନକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କୁ ଗଞ୍ଜେଇ ପାଇଁ ଦୋଷୀଙ୍କୁ କ୍ଷମା ଦେବାକୁ ଆହ୍ୱାନ ଦେଇଛନ୍ତି ବାଇଡେନ । ୱାଂସିଟନ ଡିସି ସମେତ ୧୯ ରାଜ୍ୟରେ ଗଞ୍ଜେଇ ଆଇନଗତ ଅଟେ । ଏହା ଚିକିତ୍ସା ବ୍ୟବହାର ୩୬ ରାଜ୍ୟ ଓ ୩ଟି ଆମେରିକୀୟ ଅଞ୍ଚଳରେ ଆଇନଗତ ଅଟେ ।