ମୁଁ କେମିତି ପାଇଲି ଓଏଏସ? କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ଓଡିଶା ସଭିଲ ସର୍ଭିସ ଟପ୍ପର …

245

କନକ ବ୍ୟୁରୋ: ବିନା କୋଚିଂରେ ମୁଁ ଓସିଏସ ପରୀକ୍ଷାରେ ସଫଳତା ପାଇଛି । ଦିଲ୍ଲୀରେ ପଢିବା ବେଳେ ସେଠାକାର କୋଚିଂ ମୋତେ ଏଠି ସଫଳତାରେ ସହାୟତା କରିଥିଲା । କିଛି ଏଭଳି ଢଙ୍ଗରେ ନିଜର ସଫଳତାର କାହାଣୀ କହିଛନ୍ତି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ଟପ୍ପର ତେଜସ୍ୱିନୀ ବେହେରା ।

ତେଜସ୍ୱିନୀ କହିଛନ୍ତି. ମୁଁ ଦିଲ୍ଲୀରେ ସ୍ନାତକତ୍ତୋର ପଢିବା ବେଳେ ଜେନେରାଲ ଷ୍ଟଡିଜର କିଛି କୋଚିଂ ନେଇଥିଲି । ପରେ ମୁଁ ଘରେ ପଢା ଜାରି ରଖି ଏହି ସଫଳତା ପାଇଛି । ଇଣ୍ଟରଭ୍ୟୁ ପାଇଁ କିଛି କୋଚିଂରେ ସାମିଲ ହେବା ଛଡା ମୁଁ ଅନ୍ୟ କୌଣସି କୋଚିଂ ନେଇ ନାହିଁ । ସବୁଠାରୁ ବଡ କଥା ହେଉଛି ସୋସିଆଲ ମିଡିଆର କୌଣସି ପ୍ଲାଟଫର୍ମରେ ନାହାନ୍ତି ତେଜସ୍ୱିନୀ  । ଏନେଇ ସେ କହିଛନ୍ତି, ମୁଁ କୌଣସି ସୋସିଆଲ ମିଡିଆ ବ୍ୟବହାର କରେ ନାହିଁ । କେବଳ ୟୁଟ୍ୟୁବ ଏବଂ ଟେଲିଗ୍ରାମ ସହାୟତାରେ ବିଭିନ୍ନ ବିଷୟରେ ପଢାପଢି କରିଥାଏ । ଏହା ଦ୍ୱାରା ମୋତେ ଅନେକ ବିଷୟର ତଥ୍ୟ ଅତି ସହଜରେ ମିଳିଥିଲା । ଯେତେବେଳେ ମଧ୍ୟ ମୋତେ ଅସହଜ ଲାଗେ ମୁଁ ଘରେ ଥିବା ମୋର  ବିଲେଇ ସହ ଖେଳେ ଏବଂ ମାଆଙ୍କ ସହ ବିଭିନ୍ନ କଥା ହୋଇ ସମୟ ଅତିବାହିତ କରେ ।

ତେଜସ୍ୱିନୀ କହିଛନ୍ତି, ଯଦି ଜଣେ ଲୋକସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ତେବେ ସେ ସଠିକ ଭାବେ ପରୀକ୍ଷାକୁ ଗୁରୁତ୍ୱ ଦେବ ସେ ନିଶ୍ଚୟ ସଫଳ ହେବେ । ୟୁଟ୍ୟୁବରୁ ଆପଣ ଅନେକ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟକୁ ବ୍ୟବହାର କରିବେ ତେବେ ଏଥିରେ ନିହାତି ସଫଳ ହେବ । ତେଜସ୍ୱିନୀ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, କରୋନା ପାଇଁ ପାଠପଢାରେ ଟିକେ ଅସୁବିଧା ହୋଇଥିଲା କିନ୍ତୁ ଘରକୁ ଆସିବା ପରେ ମୋତେ ପରିବାର ସଦସ୍ୟ ପଢିବା ପାଇଁ ମୋହୋଲ ଦେଇଥିଲେ । ଏଥିପାଇଁ ମୋତେ ଆହୁରି ସହଜ ହୋଇଥିଲା ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ କରିବା । ତାଙ୍କ ମତରେ ଆମ ପାଖରେ ଅନେକ ଯୋଜନା ଅଛି ଯାହାକୁ ଆମେ ତଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏହା କଲେ ଆମେ ଲୋକଙ୍କୁ ସହଯୋଗ କରିପାରିବା ।