ସନ୍ଧ୍ୟା ଦର୍ଶନବେଳେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣା ! ଡିଜିଙ୍କ ନିର୍ଦ୍ଦେଶରେ ନିଜ ଆଡୁ କୁମ୍ଭାରପଡା ଥାନାରେ ମାମଲା ରୁଜୁ କଲେ ଏସପି

24

କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନବେଳେ ମହିଳାଙ୍କୁ ପୋଲିସ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ ଘଟଣାରେ ପୁଲିସ୍ ଡିଜି କେ. ଭି. ସିଂଙ୍କ ନିର୍ଦ୍ଦେଶରେ କୁମ୍ଭାରପଡା ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ପୁରୀ ଏସପି । କୁମ୍ଭାରପଡା ଥାନାରେ ଆଇପିସି ଧାରା ୩୫୪, ୩୫୪(କ) ଓ ୩୪ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି ।

ଗଣମାଧ୍ୟମ ଓ ସୋସିଆଲ ମିଡିଆର ରିପୋର୍ଟ ଆଧାରରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀଙ୍କ ତତ୍ୱାବଧାନରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ରବିବାର ସଂଧ୍ୟା ଦର୍ଶନବେଳେ ଜଗନ୍ନାଥ ଧାମରେ ମହିଳା ଓ ଯୁବତୀଙ୍କୁ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

ସେପଟେ ଏହି ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ମହିଳା ମୋର୍ଚ୍ଚା ।

ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା କହିଛନ୍ତି ଶହଶହ ପୁଲିସ ଉପସ୍ଥିତିରେ ମହିଳା ଶ୍ରଦ୍ଧାଳୁଙ୍କୁ ଏଭଳି ର୍ଦୁବ୍ୟବହାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅଭିଯୁକ୍ତକୁ ଗିରଫ କରାନଗଲେ ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରେ ବିରୋଧ କରିବ ବୋଲି ଚେତାବନୀ ଦେଇଛି । ଏହା ସହ ପୁରୀ ଏସପିଙ୍କୁ ମଧ୍ୟ ଟାର୍ଗେଟ କରିଛି ବିଜେପି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –