ନିଆଳିରେ ସବୁ ଅପରେସନ ଫେଲ୍ ! ୨ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ,ସେପଟେ ନୂଆପଡାରେ ଅଜଣା ଜନ୍ତୁ ଆକ୍ରମଣରେ ୬ଛେଳି ମୃତ୍ୟୁ

22

କନକ ବ୍ୟୁରୋ: ନିଆଳି, କଳାହାଣ୍ଡି ପରେ ନୂଆପଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁର ଆକ୍ରମଣରେ ନୂଆପଡା ବ୍ଲକ୍ ଅନ୍ତର୍ଗତ ଜୁନାନୀ ଗ୍ରାମରେ ୬ରୁ ଅଧିକ ଛେଳିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ନିଆଳି ଭଳି ରାତିରେ ନୁହେଁ ବରଂ ଦିନରେ ନିକଟସ୍ଥ ଏକ ଜଙ୍ଗଲରେ ଛେଳିମାନେ ଚରୁଥିବା ସମୟରେ ସମାନ ଭାବେ ଆକ୍ରମଣ କରି ମାରିଥିବା ଜଣାପଡିଛି ।

ତେବେ ଛେଳି ମାଲିକଙ୍କ କହିବା ଅନୁଯାୟୀ, ଜଙ୍ଗଲରେ ଛେଳିମାନେ ଚରୁଥିବା ସମୟରେ ହଠାତ୍ ଛେଳିମାନେ ଇତସ୍ତତ ହେବା ସହିତ ଦୌଡିବାକୁ ଲାଗିଥିଲେ । କୌଣସି ଜଙ୍ଗଲି ଜନ୍ତୁ ଛେଳିମାନଙ୍କୁ ଆକ୍ରମଣ କରୁଥିବା ଜାଣି ସେମାନେ ଭୟରେ ଦୌଡି ପଳାଇଥିଲେ । କିଛି ସମୟ ପରେ ଗାଁ ଲୋକଙ୍କ ସହ ସେହି ସ୍ଥାନକୁ ଫେରିବାବେଳକୁ ୬ଟି ଛେଳି ମୃତ ଭାବରେ ପଡିଥିବା ସହିତ କେତେକ ଛେଳିର ଅନ୍ତଃବୁଜୁଳା ପଡିଥିବା ଦେଖିବାକୁ ମିଳିଥିଲା ।