ରାଜଧାନୀରେ କଂଗ୍ରେସର ଜନଆକ୍ରୋଶ ସମାବେଶ । ନିଯୁକ୍ତି, ବେକାରୀ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ନେତା ।

108

କନକ ବ୍ୟୁରୋ: ରାଜଧାନୀରେ ଯୁବ କଂଗ୍ରେସ ପକ୍ଷରୁ ଜନ ଆକ୍ରୋଶ ସମାବେଶ । ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଆଜି କଂଗ୍ରେସର ଜନ ଆକ୍ରୋଶ ସମାବେଶ ପରେ ବିଧାନସଭା ଘେରାଉ ପାଇଁ ବାହାରିଥିଲେ ଶତାଧିକ ଯୁବ କଂଗ୍ରେସ ସଦସ୍ୟ । ଏହି ସମୟରେ କଂଗ୍ରେସ କର୍ମୀ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଧସେଇ ଆଗେଇ ଯିବାକୁ ଉଦ୍ୟମ କରୁଥିବା ସମୟରେ , ଯୁବ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଏହି ଜନଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା, ଏଆଇସିସି ସେକ୍ରେଟାରୀ ରୁଦ୍ର ରାଜୁ ଓ ବହୁ ବରିଷ୍ଠ କଂଗ୍ରେସ ନେତା , ଯୁବ କଂଗ୍ରେସର ସର୍ବାଭାରତୀୟ ସଭାପତି ସାମିଲ ହୋଇଥିଲେ । ବେକାରୀ, ନିଯୁକ୍ତି ଓ ତୈଳ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ମୋର୍ଚା ବାହାର କରିଛି ଯୁୁବ କଂଗ୍ରେସ ।