ପକ୍ସୋ ଆକ୍ଟକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ ବୟାନ, ଯୁବପିଢି ସହମତିରେ ରଖୁଥିବା ସମ୍ପର୍କକୁ ଅପରାଧିକ କରାଯାଇପାରିବ ନାହିଁ । 

73

କନକ ବ୍ୟୁରୋ: ଦୁଷ୍କର୍ମରେ ଶିକାର ହେଉଥିବା ନାବାଳିକାଙ୍କ ପାଇଁ ଥିବା ପକ୍ସୋ ଆକ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୁଷ୍କର୍ମରେ ଶିକାର ହେଉଥିବା ୧୮ ବର୍ଷରୁ କମ ବୟସ୍କଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପକ୍ସୋ ଆକ୍ଟ କାର୍ଯ୍ୟ କରୁଛି । କିନ୍ତୁ ଏହାର ମାନେ ନୁହେଁ ଯେ ଯୁବପିଢି ସହମତିରେ ରଖୁଥିବା ସମ୍ପର୍କକୁ ଅପରାଧିକରଣ କରିବା ବୋଲି କୋର୍ଟ କହିଛନ୍ତିି । ଏଭଳି କହିବା ସହ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ପୁଲିସ ଗିରଫ କରିଥିବା ଜଣେ ଯୁବକଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଜଷ୍ଟିସ୍ ଜଶମିତ ସିଂ ।

ସୂଚନା ଅନୁସାରେ, ଜଣେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ । ତଳ କୋର୍ଟରେ ଯୁବକଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଯୁବକ ଜଣଙ୍କ ଡିସେମ୍ବର ୨୦୨୧ରେ ଜେଲରେ ଥିଲେ । କିନ୍ତୁ ମାମଲାରୁ ଜଣାପଡିଥିଲା ଯେ, ଯୁବତୀ ଜଣଙ୍କ ନିଜ ଇଚ୍ଛାରେ ଯୁବକଙ୍କ ଘରକୁ ଯାଇଥିଲେ । ଉପରେ ସେଠାରୁ ପଞ୍ଜାବ ଯାଇ ବିବାହ କରିଥିଲେ । କିନ୍ତୁ ପରେ ଯୁବତୀ ଜଣଙ୍କ ନିଜ ଇଚ୍ଛାରେ ବିବାହ କରିନଥିବା ନେଇ କୋର୍ଟରେ କହିଥିଲେ । ତେଣୁ ଉକ୍ତ ଯୁବକଙ୍କୁ ପକ୍ସୋ ଆକ୍ଟ ଅନୁସାରେ ଜାମିନ୍ ମିଳିନଥିଲା ।