ଘରେ ଜଳୁଛି ଗୋଟିଏ ବଲବ୍, ଗୋଟିଏ ଫ୍ୟାନ୍, ବିଲ୍ ଆସୁଛି ୪ ହଜାର ଟଙ୍କା ! ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା ।

51

କନକ ବ୍ୟୁରୋ : ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା । ଜନସାଧାରଣ ମାନଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସୌଭାଗ୍ୟ ଯୋଜନାର ଅସଲ ଚିତ୍ର ପଦାରେ ପଡିଛି । କେଉଁଠି କନେକସନ୍ ନଥାଇ ବିଲ୍ ଆସୁଛି ତ ଆଉ କେଉଁଠି ଗୋଟିଏ ବଲବ୍ ଲାଗି ମଧ୍ୟ ହଜାର ହଜାର ଟଙ୍କା ବିଲ୍ ଆସୁଛି । ଏଭଳି ଘଟଣା ପରେ ଏବେ ସୌଭାଗ୍ୟ ଯୋଜନାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ପାଇଁ ରାଜକନିକା ବ୍ଲକର ପାଖାପାଖି ୧୫୦୦ଜଣ ହିତାଧିକାରୀ ଆବେଦନ କରିଥିଲେ । ତେବେ ପାଖାପାଖି ୧୨୦୦ ଜଣ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି, ଯେଉଁ ଲୋକମାନେ ଏହି ଯୋଜନାରେ କନେକସନ୍ ନେଇନାହାନ୍ତି ସେମାନଙ୍କୁ ପାଖକୁ ମଧ୍ୟ ଇଲେକ୍ଟ୍ରିକ୍ ବିଲ୍ ପଠାଯ ାଉଛି । ଏପରିକି କାହା ଘରେ ଗୋଟିଏ ବଲବ୍ ଏବଂ ଗୋଟିଏ ଫ୍ୟାନ ଲାଗିଥିଲେ ସୁଦ୍ଧା ସେମାନଙ୍କ ପାଖକୁ ଆସିଛି ୪୦୦୦ ଟଙ୍କାର ଇଲେକ୍ଟ୍ରିକ୍ ବିଲ୍ । ତେବେ ଏନେଇ ଅଭିଯୋଗ କରିବା ପରେ ଇଲେକ୍ଟ୍ରିକ୍ ଅଫିସରୁ ସେସୁ ଅଫିସ ଏବଂ ସେସୁ ଅଫିସରୁ ଇଲେକ୍ଟ୍ରିକ୍ ଅଫିସ ଲୋକମାନଙ୍କୁ ଦୌଡିବାକୁ ପଡୁଛି କିନ୍ତୁ କିଛି ସମାଧାନ ହେଇପାରୁନାହିଁ । ଯାହାଫଳରେ ସୌଭାଗ୍ୟ ଯୋଜନା ଏକ ପ୍ରହସନ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।