ଆଇନଜୀବୀଙ୍କୁ ମାଡ ଘଟଣାରେ ୩ ପୋଲିସ ସସପେଣ୍ଡ ! ଡିସିପି କହିଲେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ।

24

କନକ ବ୍ୟୁରୋ : କଟକରେ ଓକିଲଙ୍କୁ ପୋଲିସର ମାଡ ଘଟଣାକୁ ମାତ୍ରାଧିକ ବୋଲି ମାନିଛନ୍ତି କଟକ ଡିସିପି । ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୨ କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି । ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ମାସେ ଭିତରେ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣା ପ୍ରତିବାଦରେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ । କଟକ ଓ ଭୁବନେଶ୍ୱରରେ ଆଜି ଓକିିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ।

ଗତକାଲି ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ । ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ତେବେ ଗତକାଲି ପୋଲିସ ଓ ଓଳିଲମାନଙ୍କ ମଧ୍ୟରେ ତେଜିଥିଲା ବିବାଦ । ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ । ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଯୋଗୁଁ ଆରମ୍ଭ ହୋଇଥିଲା ଏହି ବିବାଦ । ପୋଲିସର କହିବା କଥା, ଏକ ସଡକ ଦୁର୍ଘଟଣାକୁ ନେଇ ଆଇନଜୀବୀଙ୍କୁ ଥାନାକୁ ଆଣିବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି ।