କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା । ମଣ୍ଡି ଜରିଆରେ କୃଷକ ମାନଙ୍କ ପାଖରେ ପହଂଚିବ ୧ ଲକ୍ଷ କୋଟି ଟଙ୍କା । ସ୍ୱାସ୍ଥ୍ୟ ଭିତ୍ତିଭୂମୀ ପାଇଁ ୨୩ ହଜାର କୋଟିର ପ୍ୟାକେଜ୍

668

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ଆଜି  ଆଜି ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀ ମାନଙ୍କ ଡକାଇ ଗୁରୁମନ୍ତ୍ର ଦେଇଛନ୍ତି । ସନ୍ଧ୍ୟା ୫ ଟାରେ ଆରମ୍ଭ ହୋଇଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ଦେଶରେ କୃଷକ ମାନଙ୍କୁ ମଜବୁତ କରିବାକୁ ହେଲେ ପ୍ରଥମେ ମଣ୍ଡିଗୁଡିକୁ ମଜବୁତ କରିବାର ଆବଶ୍ୟକତା ରହିଛି । ଏହା ସହ ସେ କହିଛନ୍ତି କି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ସରକାର ମଣ୍ଡି ମାଧ୍ୟମରେ କୃଷକଙ୍କ ନିକଟରେ ୧ ଲକ୍ଷ କୋଟି ଟଙ୍କା ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କି, ଏପିଏମସି ମଣ୍ଡିଗୁଡିକୁ ସରକାର ମଜବୁତ କରୁଛନ୍ତି । କୃଷି ମଣ୍ଡିର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରୁଛନ୍ତି । ଏହାସହ ନୂଆ କୃଷି ଆଇନ ବଳରେ ସରକାର ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦେବେ ବୋଲି କିଛି କୃଷକ ସଂଗଠନ କରୁଥିବା ପ୍ରଚାରକୁ ଖଣ୍ଡନ କରିଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି କି କୌଣସି ପରିସ୍ଥିତିରେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ।

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ର୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା କରୋନା ବିରୋଧ ଲଢେଇରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି କି କରୋନା ସଂକ୍ରମଣ ଆରମ୍ଭରୁ କେନ୍ଦ୍ର ସରକାର ୧୫ ହଜାର କୋଟିର ପ୍ୟାକେଜ ଦେଇଥିଲେ । ଯେଉଁ ଅର୍ଥ କୋଭିଡ୍ ହେଲଥ୍ ସେଣ୍ଟର ଓ କୋଭିଡ କେୟାର ସେଣ୍ଟରରେ ବିନିଯୋଗ କରାଯାଉଛି । ଏହାସହ କରୋନାର ଦ୍ୱିତୀୟ ଲହର ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମୀର ବିକାଶ ପାଇଁ କେନ୍ଦ୍ର ସରକାର ୨୩ ହଜାର କୋଟି ଟଙ୍କାର ପ୍ୟାକେଜ୍ ଦେଇଥିବା ମନସୁଖ୍ ସୂଚନା ଦେଇଛନ୍ତି ।