ମେଡିକାଲରୁ ଡିସଚାର୍ଜ ପରେ ଭୋଟ ଦେଲେ ନାରାୟଣ ମୂର୍ତ୍ତି । ତାଙ୍କ ସହ ମତଦାନ କଲେ ପତ୍ନୀ ସୁଧା ମୂର୍ତ୍ତି ।

80

କନକ ବ୍ୟୁରୋ: ଶୁକ୍ରବାର ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଅବସରରେ ଭୋଟ୍‌ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ୱ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାଟତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।

ଭୋଟ୍‌ ଦେବାକୁ ଆସିଥିବା ନାରାୟଣ ମୂର୍ତ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘‘ଆମେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେବାର ଅଧିକାର ପାଉଛୁ । ଆମକୁ ଏହି ଅଧିକାରକୁ ଦାୟିତ୍ୱବୋଧ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏହି ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

ସେହିପରି ନାରୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦାନ କରିଛନ୍ତି । ସୁଧା କହିଛନ୍ତି, ଦେହ ଖରାପ ସତ୍ତେ୍ୱ ନାରାୟଣ ମୂର୍ତ୍ତି ନିଜର ଅଧିକାର ସାବ୍ୟସ୍ତ କରିବାକୁ ବୁଥକୁ ଆସିଥିଲେ । ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଥିଲେ। ଡିସଚାର୍ଜ ପରେ ସେ ଭୋଟ୍‌ ଦେବାକୁ ବୁଥକୁ ଆସିଥିଲେ ।