ଶ୍ରୀଲଙ୍କା ଗସ୍ତରେ ଯାଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ମୋଦି । କହିଲେ, ଭାରତରେ ଗଣତନ୍ତ୍ର ଲୋକଙ୍କ ସଂସ୍କାରରେ ରହିଛି ।

82

କନକ ବ୍ୟୁରୋ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ପଡୋଶୀଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦି । ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଥମ ଦିନରେ ମାଲଦୀପ ଓ ଆଜି ଦିନିକିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ମୋଦି କଲୋମ୍ବୋରେ ପହଁଚିବା ପରେ ତାଙ୍କୁ ସେଠାରେ ରେଡ କାର୍ପେଟ ସ୍ୱାଗତ କରାଯାଇଥିଲା । ଦୁଇ ଜଣ କୁନି କୁନି ପିଲା ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ସିଂହଳି ମାଟିକୁ ସ୍ୱାଗତ କରିଥିଲେ ।

ଅନ୍ୟପଟେ ଶ୍ରୀଲଙ୍କାରେ ପହଁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନାଙ୍କୁ ଭେଟି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହାସହ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଓ ବିରୋଧୀ ଦଳ ନେତା ମହିନ୍ଦା ରାଜପକ୍ଷେଙ୍କୁ ଭେଟିଛନ୍ତି  । ଏହା ପରେ କଲୋମ୍ବୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋନ୍ଧିତ କରି କହିଛନ୍ତି କି, ଆପଣ ସବୁ ଏଠାରେ ନିଜର ଆଚାର, ବିଚାରରେ ଏବଂ ବ୍ୟବହାରରେ ଭାରତର ଯେଉଁ ଉତ୍ତମ ଛବି ସ୍ଥାପିତ କରିଛନ୍ତି, ସେଥିରେ ଆପଣଙ୍କର ବହୁତ ବଡ଼ ଭୂମିକା  ରହିଛି । ଭାରତର ଗୌରବ ବଢାଇବାରେ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ଭାରତୀୟ ବଡ଼ ଭୂମିକା ନିଭାଇଛନ୍ତି।

ସେପଟେ ଏହି ଅବସରରେ ଶ୍ରୀଲଙ୍କା ଚର୍ଚ୍ଚ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ମୃତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି । କେବଳ ଏତିକି ନୁହେଁ ଶ୍ରୀଲଙ୍କାରେ ମଧ୍ୟ ବୃକ୍ଷରୋପଣ କଥା ଦୋହରାଇଛନ୍ତି ମୋଦି । ଆଉ ପ୍ରବାଶୀ ଭାରତୀୟଙ୍କ ସହ ପ୍ରତ୍ୟେକ ଶ୍ରୀଲଙ୍କା ନାଗରିକଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।