ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ: ମୋଦୀ କହିଥିଲେ IASଙ୍କ ପାଖରେ ନାହିଁ ସବୁ ଜ୍ଞାନ, ମୋଦୀଙ୍କ ବୟାନକୁ ସ୍ୱାଗତ କଲେ ପୂର୍ବତନ କୋଇଲା ସଚିବ ଓ ୟୁସିିସିଆଇର ସଭାପତି ।

508
କନକ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ । ଆଇଏଏସଙ୍କ ପାଖରେ ସବୁ ଜ୍ଞାନ ନାହିଁ । ଘରୋଇ ଉଦ୍ୟୋଗକୁ ସୁଯୋଗ ମିଳିବା ଉଚତ୍ । ଘରୋଇକରଣ ପ୍ରକ୍ରିୟାର ମୂଳଦୁଆ ବହୁ ପୂର୍ବରୁ ପଡ଼ିଥିଲେ ମଧ୍ୟ, ଆଜି ବି ଏହାକୁ ନେଇ ବିବାଦ ଓ ବିତର୍କ ହୁଏ । ଏଭଳି ଏକ ସମୟରେ ଘରୋଇକରଣ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ କାହାକୁ ବେଇମାନ କହିବାର ସଂସ୍କାର ଥାଇପାରେ । କିନ୍ତୁ ଏବେ ସମୟ ବଦଳିଛି । ଦେଶକୁ ୱେଲ୍ଥ କ୍ରିଏଟର ବା ସଂପତି ସ୍ରଷ୍ଟା ଦରକାର । ତାହେଲେ ଯାଏଁ ଦେଶର ସଂପତି ବଢ଼ିବ । ଗରିବ ହାତକୁ କାମ ଆସିବ ଓ ଗରିବଙ୍କ ପାଖକୁ ଟଙ୍କା ପହଂଚିବ । ତେଣୁ ଘରୋଇକରଣକୁ ସଂପୂର୍ଣ୍ଣ ଅଣଦେଖା କରାଗଲେ ଭୁଲ ହେବ ବୋଲି ମୋଦି କହିଥିଲେ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ କୋଇଲା ସଚିବ ପ୍ରସନ୍ନ ମିଶ୍ର କହିଛନ୍ତି, ଘରୋଇ କ୍ଷେତ୍ରର ଅବଦାନ ବିନା ଏତେ ଲୋକଙ୍କୁ ନିଯୁକ୍ତି ଦେଇହେବ ନାହିଁ । କିନ୍ତୁ ଘରୋଇ ଓ ସରକାରୀ କ୍ଷେତ୍ର ମଧ୍ୟରେ ଭାରସାମ୍ୟ ରହିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ଉକ୍ରଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ଘରୋଇ କ୍ଷେତ୍ରକୁ ନିନ୍ଦିତ କରିବା ଠିକ ନୁହେଁ । ସେମାନେ ଉଭୟ ସଂପତି ଓ ରୋଜଗାର ସୃଷ୍ଟି କରନ୍ତି । ତେଣୁ ମୋଦି ଯାହା କହିଛନ୍ତି ,ତାହା ଠିକ ବୋଲି ସେ ମତ ରଖିଛନ୍ତି ।