ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ : କଡା ଯୁକ୍ତି ରଖିଲେ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର

144

କନକ ବ୍ୟୁରୋ : କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଓଡ଼ିଶା ଠାରୁ ଛଡ଼ାଇ ନେଇ ପାରିବ ନାହିଁ ଆନ୍ଧ୍ର । ଏଭଳି ଦମ୍ଭୋକ୍ତି କରିଛନ୍ତି ୧୯୬୮ରେ ସୁପ୍ରିମକୋର୍ଟଙ୍କ କମିଶନରେ ମାମଲା ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ ରାଜ୍ୟର ସୀମା ନିର୍ଦ୍ଧାରଣ ହୋଇସାରିଛି । କୋଟିଆ ମାଡ୍ରାସ ପ୍ରେସିଡେନ୍ସିିରେ ଥିଲା । ଓଡ଼ିଶା ଗଠନ ହେବା ପରେ ଏହା ଓଡ଼ିଶାର ଅଙ୍ଗ ହୋଇ ରହିଛି । ଦେଶର ସଂସଦ କେବଳ ରାଜ୍ୟର ସୀମା ପୁନଃନିର୍ଦ୍ଧାରଣ କରିପାରିବ । ତେଣୁ ଆନ୍ଧ୍ର ଏକଚାଟିଆ ଭାବେ ଓଡ଼ିଶା କୌଣସି ଅଂଚଳ ଉପରେ ଦାବି କରିପାରିବ ନାହିଁ ବୋଲି କହିଛନ୍ତି ଏହି ବରିଷ୍ଠ ଆଇନଜୀବୀ ।

କୋଟିଆ ବିବାଦକୁ ନେଇ ମାମଲା ପହଂଚିଛି ସୁପ୍ରିମକୋର୍ଟରେ । ହେଲେ ଏହାରି ଭିତରେ କୋଟିଆବାସୀ କହିଛନ୍ତି ତାଙ୍କୁ ଦରକାର ଗାଁର ବିକାଶ । ସହରର ଚାକଚକ୍ୟ ସୌଖିନ ଦୁନିଆ ସେମାନଙ୍କର ଦରକାର ନାହିଁ । ଗାଁର ବିକାଶ ହେଲେ ଆନ୍ଧ୍ର ତାଙ୍କୁ ନେଇ ପାରିବ ନାହିଁ ବୋଲି କହିଛନ୍ତି କୋଟିଆବାସୀ ।