ସିମଲାରେ ଗରିବ କଲ୍ୟାଣ ସମ୍ମିଳନୀ : ହିତାଧିକାରୀଙ୍କ ସହ କଥା ହେବେ ମୋଦୀ; ଆକାଉଣ୍ଟକୁ ଆସିିବ ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି

247

କନକ ବ୍ୟୁରୋ : ଆଜି ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଦଶ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହି କିସ୍ତି ବାବଦ ମୋଟ୍ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ପିଏମ୍ କିଶାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରୁଛନ୍ତି ।

ବର୍ଷକୁ ତିନିଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି । ଦେଶର ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ବର୍ତମାନ ସୁଦ୍ଧା ୮୨ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ସାରିଲାଣି । ଏହି ଅବସରରେ ମାହାଙ୍ଗା ବରାହିପୁରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।