କନକ ବ୍ୟୁରୋ: ଦେଶରେ ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ଆଜି ତୈଳ କମ୍ପାନୀଙ୍କ ଠାରୁ ତୈଳ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଦରରେ ବୃଦ୍ଧି ସତ୍ତେ୍ୱ ସେମାନଙ୍କ କମିସନରେ ସଂଶୋଧନ କରାଯାଉନଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟମାନଙ୍କର ପେଟ୍ରୋଲ ଡିଲର ସଙ୍ଗଠନ ମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ହେଲେ ଏହି ବିରୋଧ ଯୋଗୁଁ ଖୁଚୁରା ବିକ୍ରି ଓ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦିଲ୍ଲୀ ପେଟ୍ରୋଲ ଡିଲର ଆସୋସିଏସନ୍ ଅଧ୍ୟକ୍ଷ କହିଛନ୍ତି । ଏହାର ପ୍ରଭାବ କେବଳ କମ୍ପାନୀମାନଙ୍କ ଠାରୁ ପେଟ୍ରୋଲ କ୍ରୟ କରାଯିବା ଯାଏଁ ସୀମିତ ରହିବ ।ତେବେ ଏହି ବିରୋଧ ଯୋଗୁଁ ତାମିଲନାଡୁ, କର୍ଣ୍ଣାଟକ, କେରଳ , ତେଲେଙ୍ଗାନାଳ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ବିହାର, ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶ, ମିଜୋରାମ, ନାଗାଲ୍ୟାଣ୍ଡ, ମଣିପୁର, ତ୍ରିପୁରା, ସିକ୍କିମ ବ୍ୟତୀତ, ୟୁପି, ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଛି ।
ଏହି ଆନ୍ଦୋଳନରେ ଉକ୍ରଳ ପେଟ୍ରୋଲିୟମ ଡିଲର ସଂଘ ସାମିଲ ହୋଇନାହିଁ । ତେଣୁ ଓଡିଶାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଉକ୍ରଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି । ଏହାସହ ଦିଲ୍ଲୀରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । କାରଣ ଡିଲରମାନଙ୍କ ପାଖରେ ଦୁଇ ଦିନ ପାଇଁ ଯଥେଷ୍ଟ ତେଲ ମହଜୁଦ ରହିଥିବା ଦିଲ୍ଲୀ ପେଟ୍ରୋଲ ଡିଲର ସଂଘର ସମ୍ପାଦକ କହିଛନ୍ତି ।