ପାକିସ୍ତାନରେ ଖାଦ୍ୟ ପାଇଁ ଆଉଟୁପାଉଟୁ ଜନତାଙ୍କଠୁ ସୈନିକ,ଆର୍ଥିକ ସଙ୍କଟ ଭିତରେ ଖାଦ୍ୟାଭାବ ନେଇ ସେନା ମୁଖ୍ୟଙ୍କୁ ଚିଠି ଲେଖିଲେ ସୈନିକ

179

କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଭିତରେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ପାକିସ୍ତାନ । ଦୁଇବେଳା ଖାଦ୍ୟ ପାଇଁ ସେଠାକାର ଜନତା ଆଉଟୁପାଉଟୁ ହେଉଛନ୍ତି । ଏହା ଭିତରେ ଆସିଛି ଆଶ୍ଚଯ୍ୟ କରିବା ଭଳି ଖବର । ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାଁନ୍ତି ।ତେଣୁ ଚିଠି ଲେଖି ରାଓଲପିଣ୍ଡରେ ଥିବା ସେନାମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି ସେନାର ଶୀର୍ଷ କମାଣ୍ଡର । ଖାଦ୍ୟ ଅଭାବ ରହିଥିବା ନେଇ ସୈନିକମାନେ ଚିଫ ଅଫ ଲଜିଷ୍ଟିକ ଷ୍ଟାପ ଓ ଡିରେକ୍ଟର ଜେନେରାଲ ମିଳିଟାରୀ ଅପରେସନ ସହ ଚର୍ଚ୍ଚା ମଧ୍ୟ କରିଛନ୍ତି । ପାକିସ୍ତାନରେ ଗୋଟେ ପଟେ ମୁଦ୍ରାସ୍ପିତି ବଢିଚାଲିଛି ଅନ୍ୟପଟେ ବିଦେଶୀ ମୁଦ୍ରାଭଣ୍ଡାର ଖାଲି ହେଉଛି । ଏହା ଭିତରେ ସୈନ୍ୟ ଶିବିରରେ ପଯ୍ୟାପ୍ତ ମାତ୍ରାର ଖାଦ୍ୟ ପହଁଚିପାରୁନି । ସେପଟେ ଘଟଣା ସମ୍ବନ୍ଧରେ ଅବଗତ ହେବା ପରେ ସରକାରଙ୍କୁ ନିବେଦନ କରିଛି ସେନା ଓ ସ୍ପେଶାଲ ଫଣ୍ଡିଂ ପାଇଁ ଦାବି କରିଛନ୍ତି ସେନା ମୁଖ୍ୟ ଆସିମ ମୁନୀରଙ୍କୁ ନିବେଦନ । ପାକିସ୍ତାନ ସେନା ପାଇଁ ପ୍ରତିବର୍ଷ ୧୪ହଜାର ୪ଶହ ଡଲାର ଖର୍ଚ୍ଚ ହୁଏ । ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନ ସରକାର ସରକାରୀ ଚାକିରିଆଙ୍କ ଦରମା କାଟ ମଧ୍ୟ ଆରମ୍ଭ କରିଛନ୍ତି । ସେପଟେ ଟିଟିପି ପାକିସ୍ତାନରେ ସକ୍ରିୟ ହେଉଥିବାବେଳେ ପାକିସ୍ତାନ ସେନା କିଭଳି ଏହାର ମୁକାବିଲା କରିବେ ସେନେଇ ଉଠୁଛି ପ୍ରଶ୍ନ ।