ଲକ୍ଷ୍ନୌ ସୁପରଜିଂଆଣ୍ଟ ୭ ୱିକେଟରେ ପରାସ୍ତ , ଆଇପିଏଲ ୨୦୨୪ ପ୍ଲେ ଅଫ ପ୍ରବେଶ ଦ୍ୱାରରେ ରାଜସ୍ଥାନ ରୟାଲ୍ସ

98

କନକବ୍ୟୁରୋ : ଆଇପିଏଲ ୨୦୨୪ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ ଦ୍ୱାରରେ ପହଁଚିଛି ରାଜସ୍ଥାନ ରୟାଲ୍ସ । ୯ଟି ମ୍ୟାଚରୁ ୮ଟି ବିଜୟ ସହ ଦଳ ପଏଂଟ ଟେବୁଲରେ ଶୀର୍ଷରେ ରହିଥିବା ବେଳେ ଉନ୍ନତ ପ୍ରର୍ଦଶନ ଜାରି ରଖିଛି । ଶନିବାର ଲକ୍ଷ୍ନୌ ସୁପରଜିଆଂଟକୁ ୭ ୱିକେଟରେ ପରାସ୍ତ କରିବା ସହ ଟେବୁଲର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛି ଦଳ । ଏହି ମ୍ୟାଚରେ ଅଧିନାୟକ ସଂଜୁ ସାମସନ ଦମଦାର ପାରି ଖେଳିଥିବା ବେଳେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।

ପ୍ରଥମେ ଟସ୍ ଜିତି ରାଜସ୍ଥାନ ବୋଲିଂର ନିଷ୍ପତି ନେଇଥିବା ବେଳେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ସୁପରଜିଆଂଟ୍ସ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା । ଅଧିନାୟକ କେ.ଏଲ ରାହୁଲଙ୍କ ଏବଂ ଦୀପକ ହୁଡାଙ୍କ ଶତକୀୟ ଭାଗିଦାରୀ ଫଳରେ ଭଲ ସ୍କୋରରେ ପହଁଚିଥିଲା ଦଳ । କେ.ଏଲ ରାହୁଲ ୪୮ ବଲରେ ୮ଚୌକା, ୨ ଛକା ସହ ୭୬ ରନ୍ ସଂଗ୍ରହ କରିଥିବା ବେଳେ ଦୀପକ ହୁଡା ୩୧ ବଲରେ ୭ ଚୌକା ସହ ୫୦ ରନ୍ ସଂଗ୍ରହ କରିଥିଲେ ।

୧୯୭ ରନର ବିଜୟ ଲକ୍ଷ ସହ ରାଜସ୍ଥାନ ରୟାଲ୍ସ ପଡିଆକୁ ଓହ୍ଲାଇଥଲା । ଅଧିନାୟକ ସଂଜୁ ସାମସନ ଓ ଧ୍ରୁବ ଜୁରେଲଙ୍କ ଶତକୀୟ ପାର୍ଟନରସିପ ବଳରେ ମାତ୍ର ୩ ୱିକେଟରେ ଦଳ ବିଜୟୀ ହୋଇଥିଲା । ସଂଜୁ ସାମସନ ୩୧ ବଲରୁ ୭୧ ରନର ବିସ୍ଫୋରକ ପାରି ଖେଳିଥିବା ବେଳେ ୩୪ ବଲରୁ ୫୪ ରନର ପାରି ଖେଳିଥିଲେ ଧ୍ରୁବ ଜୁରେଲ । ସେହିପରି ଅପରାହ୍ନରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ସ୍କୋରର ମୁକାବିଲାରେ ୧୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ । ୧୦ ମ୍ୟାଚରୁ ପଂଚମ ବିଜୟ ସହ ଦିଲ୍ଲୀ ୧୦ ପଏଂଟ ପାଇଥିବା ବେଳେ ନବମ ମ୍ୟାଚରେ ଷଷ୍ଠ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ ।