ମହଙ୍ଗା ହୋଇପାରେ ଅନଲାଇନ ଗେମ: ୨୮ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ପାଇଁ ଜିଏସଟି କାଉନସିଲକୁ ପ୍ରସ୍ତାବ

146

କନକ ବ୍ୟୁରୋ: ମହଙ୍ଗା ହେବ ଅନଲାଇନ ଗେମ, କସିନୋ, ଘୋଡ଼ା ଦୌଡ । ଏସବୁ ଖେଳ ସହ ଏହି ଖେଳ ପାଇଁ ଖେଳାଳୀଙ୍କ ପ୍ରବେଶ ଫି ୨୮ ପ୍ରତିଶତ ଜିଏସଟି ସ୍ଲାବରେ ଅନ୍ତଭୁକ୍ତ ହେବ । ଏନେଇ ଆଜି ଜିଏସଟି କାଉଁନସିଲ ବୈଠକରେ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଏଥିସହ ବିନା ବ୍ରାଣ୍ଡର କ୍ଷୀର ଏବଂ କୃଷିଯାତ ସାମଗ୍ରୀର ପ୍ୟାକେଟ୍ ସାମ୍ରଗୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବର କେବଳ ବ୍ରାଣ୍ଡେଡ୍ ପ୍ୟାକେଟ୍ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଥିଲା । ଏବେ ଉଭୟ ବ୍ରାଣ୍ଡ ଏବଂ ବିନା ବ୍ରାଣ୍ଡର କ୍ଷୀର ଏବଂ କୃଷିଯାତ ସାମଗ୍ରୀ ଉପରେ ଟ୍ୟାକ୍ସ ସମାନ ରହିବ । ସେହିପରି ରାତିକୁ ହଜାରେ ଟଙ୍କାରୁ କମ ଭଡା ନେଉଥିବା ହୋଟେଲ ରୁମ ଏବଂ ଦିନକୁ ୫ ହଜାର ଟଙ୍କାରୁ ଅଧିକ ଭଡା ନେଉଥିବା ହସ୍ପିଟାଲ ରୁମକୁ ୧୨ ପ୍ରତିଶତ ଜିଏସଟି ସ୍ଲାବରେ ଅନ୍ତଭୁକ୍ତ କରିବାକୁ ଅର୍ଥମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ଜିଏସଟି କାଉଁନସିଲ ଗ୍ରହଣ କରିଛି । ତେବେ ବୈଠକରେ ରାଜ୍ୟ ଗୁଡିକର ଜିଏସଟି କ୍ଷତିପୂରଣ ଉପରେ ଆଲୋଚନା ହୋଇଛି ।