ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ: ଫ୍ଲୋର ଟେଷ୍ଟ ପୂର୍ବରୁ ଛାଡିଲେ ପଦ

285

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ପୂର୍ବରୁ ପଦ ଛାଡିଲେ ଉଦ୍ଧବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଇସ୍ତଫା ଦେଇଛନ୍ତି । ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଅଭିଭାଷଣ ଦେଇ ଉଦ୍ଧବ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରୁଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବାରେ ମୋର କିଛି ଦୁଃଖ ନାହିଁ । ଶିବସେନାକୁ ମୋଠାରୁ କେହି ଅଲଗା କରିପାରିବେନି । ଏହାସହ ନିଜ ଶାସନ କାଳରେ କରିଥିବା ଜନହିତ କାମ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଆଉ ଶିବସେନାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆଜି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । କାଲି ୧୧ଟାରୁ ଫ୍ଲୋର ଟେଷ୍ଟ ହୋଇଥାନ୍ତା । ହେଲେ ଏହାପୂର୍ବରୁ ପଦ ଛାଡିଛନ୍ତି ଉଦ୍ଧବ । ସେପଟେ ବିଜେପି କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି । ବିଜେପି ସରକାର ଗଠନ କରିବାରେ ତତ୍ପରତା ଦେଖାଦେଇଛି ।