ତପସ୍ୱିନୀଙ୍କ ଧାରଣାକୁ ପୂରିଲା ମାସେ । ସେପଟେ ଅସୁରକ୍ଷିତ ମନେ କରି ଅଡିଓ ବାର୍ତ୍ତା ଜାରି କଲେ ଶ୍ୱଶୁର

265

କନକ ବ୍ୟୁରୋ: ବ୍ରହ୍ନପୁରର ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୂରିଛି । ମାମଲାର ସମାଧାନ ହୋଇନପାରିବାରୁ ତପସ୍ୱିନୀଙ୍କ ଓକିଲ ୨୦ ତାରିଖର ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇଛନ୍ତି । ଅନ୍ୟପଟେ ସୁମିତଙ୍କ ଘରେ ଥିବା ସିସିଟିଭିକୁ ତପସ୍ୱିନୀ ଘୋଡାଇ ରଖିଛନ୍ତି । ଆଉ ଏହାକୁ ନେଇ ଅସୁରକ୍ଷିତ ମନେକରିବା ପରେ ସୁମିତଙ୍କ ବାପା ପ୍ରମୋଦ ସାହୁ ଏକ ଅଡିଓ ବାର୍ତା ଜାରି କରିଛନ୍ତି ।

ବ୍ରହ୍ମପୁରରେ ଡାକ୍ତର ସୁମିତଙ୍କ ଘର ଭିତରକୁ ଗେଟ୍ ଭାଙ୍ଗି ତପସ୍ୱିନୀ ଏବଂ ପ୍ରମିଳାଙ୍କ ସହିତ ଅନ୍ୟାନ୍ୟ ମହିଳା ପ୍ରବେଶ କରିବା ପରେ ସୁମିତଙ୍କ ବାପା ଏପରି ଏକ ଅଡିଓ ବାର୍ତା ଛାଡିଛନ୍ତି । ତାଙ୍କ ଘରର ସିସିଟିଭି ଘୋଡାଇ ବନ୍ଦ ରଖିଛନ୍ତି ତପସ୍ୱିନୀ । ଏହାପରେ ନିଜକୁ ଅସୁରକ୍ଷିତ ମନେ କରି ସୁମିତଙ୍କ ବାପାଙ୍କ ଏହି ଅଡିଓ ବାର୍ତା ବିବାଦକୁ ଆହୁରି ବଢାଇଛି ।

ଅନ୍ୟପଟେ ୨୦ ତାରିଖର ଏସଡିଜିଏମ କୋର୍ଟର ରାୟକୁ ନେଇ ଉପରକୋର୍ଟକୁ ଯାଇଛନ୍ତି ତପସ୍ୱିନୀ । ସେପଟେ ସୁରକ୍ଷା ଦୃଷ୍ଟିରୁ ସୁମିତଙ୍କ ଘର ଆଗରେ ୧୪୪ ଧାରା ଲାଗୁ ହୋଇଛି । ପୁଲିସ ମଧ୍ୟ ତପସ୍ୱିନୀଙ୍କ ଘର ଆଗରେ ପହରା ଦେଇଛି । ଏକାଥରେ ୪ରୁ ଅଧିକ ଲୋକ ଯେମିତି ଏକାଠି ନହେବେ ସେ ନେଇ ପୁଲିସ ନିୟମ ଜାରି କରିଛି । ଏହାରି ଭିତରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ତପସ୍ୱିନୀ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ସେମାନଙ୍କୁ ପୁଲିସ ତାଙ୍କୁ ସହଯୋଗ କରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ।