ଦେଶରେ ଓମିକ୍ରନ୍ ଆଣିପାରେ ତୃତୀୟ ଲହର । ନ୍ୟୁଜ୍ ମେକର କାର୍ଯ୍ୟକ୍ରମରେ ମତ ରଖିଲେ ଦେଶର ଦୁଇ ଖ୍ୟାତନାମା ଡାକ୍ତର

160

କନକ ବ୍ୟୁରୋ: କରୋନାର ନୂଆ ଭୂତାଣୁ ଓମିକ୍ରନ ଏବେ ସାରାବିଶ୍ୱ ପାଇଁ ଚିନ୍ତା ବଢାଇ ଦେଇଥିବାବେଳେ ଭାରତରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ଡାକ୍ତର ଦିଗମ୍ବର ମିଶ୍ର । ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ହେଲେ ଆକ୍ରାନ୍ତଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାନଦେବା ପଛରେ ରହିଛି ବ୍ୟାପକ ଟିକାକରଣ । କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଯୋଗଦେଇ ବୁଷ୍ଟର ଡୋଜ୍ ସପକ୍ଷରେ ଯୁକ୍ତି ରଖିଛନ୍ତି ଦେଶର ଦୁଇଜଣ ଖ୍ୟାତନାମା ଡାକ୍ତର ଦିଲ୍ଲୀପ ମିଶ୍ର ଓ ଦିଗମ୍ବର ମିଶ୍ର ।

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଡାକ୍ତର କହୁଥିବେବେଳେ ସଂକ୍ରମଣ ରୋକିବା ପାଇଁ ଲକଡାଉନ ଓ ସଟଡାଉନ ଏକମାତ୍ର ପଦକ୍ଷେପ ହେବା ଉଚିତ ନୁହେଁ ବୋଲି ସେମାନେ ମତ ରଖିଛନ୍ତି । ତେବେ ଶେଷରେ ନ୍ୟୁଜ ମେକର କାର୍ଯ୍ୟକ୍ରମରେ ବିଦାୟୀ ବର୍ଷର ଅନୁଭୂତିରୁ ଆଗାମୀ ଆହ୍ୱାନ ପାଇଁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ତଥା ଦେଶର ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ।