ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦

186

କନକ ବ୍ୟୁରୋ : ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ । ୨୪ଘଣ୍ଟାରେ ଚିହ୍ନଟ ହେଲେ ୩୦୯ ଓମିକ୍ରନ୍ ଆକ୍ରାନ୍ତ । ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରୁ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେଶରେ ଓମିକନରୁ ୩୭୪ ଜଣ ସୁସ୍ଥ ହେଲେଣି । ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ, ଦେଶରେ ୧୫ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୧୬ହଜାର ୭୬୪ ପଜିଟିଭ ଚିହ୍ନଟ । ଦିନକରେ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୯୧ହଜାର ୩୬୧ ।