ଆଲମଣ୍ଡରେ ସୌନ୍ଦର୍ଯ୍ୟ ଚର୍ଯ୍ୟା । ଘରେ ବନାନ୍ତୁ ବଜାର ପରି ଦାମୀ କ୍ରିମ । ପାଆନ୍ତୁ ଚମକଦାର ଚେହେରା

306

କନକ ବ୍ୟୁରୋ: ମୁହଁରେ ଚମକ ଆଣିବାକୁ ଆଜିକାଲି ବଜାରରେ ମିଳୁଛି ଦାମୀ ଡେ ଏବଂ ନାଇଟ୍ କ୍ରିମ , ଆହୁରି ଅନେକ । ହେଲେ ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ହେଲେ ଆପଣ ଘରେ ମାତ୍ର କିଛି ଟଙ୍କାରେ ପ୍ରସ୍ତୁତ କରିପାରିବେ ଏପରି କ୍ରିମ ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ସହ ଆପଣଙ୍କୁ ଦେବ ଦାମୀ କ୍ରିମ ଠାରୁ ବି ଅଧିକ ଚମକ । ଜାଣନ୍ତୁ କିପରି କରିବେ ପ୍ରସ୍ତୁତି ।

ଏହି ନାଇଟ କ୍ରିମ ପାଇଁ ଆବଶ୍ୟକ ୭ରୁ ୮ଟି ଆଲମଣ୍ଡ । ଏହାକୁ ରାତି ସାରା ଭିଜାଇ ରଖନ୍ତୁ । ପରଦିନ ଏଥିରୁ ଚୋପା ଛଡାଇ ଦିଅନ୍ତୁ ଯେପରି ଏହାର ସାମାନ୍ୟ ମାତ୍ର ଚୋପା ନରହେ । ଏଥିରେ ଗୋଟିଏରୁ ଦେଢ ଚାମଚ ଗୋଲାପ ଜଳ ଦେଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିବା ପରେ ଏହାକୁ ଚା’ ଛଣାରେ ଭଲଭାବେ ଛାଣି ଦିଅନ୍ତୁ । ଯେପରି ଏଥିରେ ଥିବା ଖଦଡ ଅଂଶ ବାହାରି ଯିବ ଏବଂ ଆପଣଙ୍କୁ ମିଳିବ ପୁରା ଚିକକଣ ପେଷ୍ଟ । ଏବେ ଏଥିରେ ଏକ ଟେବୁଲ ସ୍ପୁନ୍ ଆଲୋଭେରା ଜେଲ୍ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ନାଇଟ୍ କ୍ରିମ୍ ।

ଏହାକୁ ଆପଣ ଏକ ବେଷ୍ଟ ନାଇଟ କ୍ରିମ ଭାବେ ବ୍ୟବହାର କରିପାରିବେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଏହାକୁ ଲଗାଇ କିଛି ସେକେଣ୍ଡ ଭଲ ଭାବେ ମସାଜ କରିଦିଅନ୍ତୁ । ଏବଂ ସକାଳ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ଦିନ ବ୍ୟବହାର କରିବା ପରେ ଆପଣ ଫରକ୍ ଅନୁଭବ କରିପାରିବେ । ଏହାକୁ ଆପଣ ଯେଉଁ କୌଣସି ପ୍ରକାର ସ୍କିନରେ ବ୍ୟବହାର କରିପାରିବେ ।

ଏହି ନାଇଟ୍ କ୍ରିମକୁ ଅପଣ ଫ୍ରିଜରେ ପାଖାପାଖି ୩ ସପ୍ତାହ ଯାଏଁ ଷ୍ଟୋର କରି ରଖିପାରିବେ । ଏହି ନାଇଟ୍ କ୍ରିମ ବିଶେଷ କରି ଶୀତ ଋତୁ ପାଇଁ ବେଶ ଉପକାରୀ । ହେଲେ ଏହାକୁ ସବୁ ଋତୁରେ ବ୍ୟବହାର କରିପାରିବେ ।