ଡେଲଟା ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବ ଓମିକ୍ରନ : ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ କହିଲେ, ଟିକା ନେଇଥିଲେ ବଢ଼ିବ ଇମ୍ୟୁନିଟି

ଭବିଷତ୍ୟରେ ହେବ ନାହିଁ ଡେଲଟା ଭୂତାଣୁର ସଂକ୍ରମଣ

198

କନକ ବ୍ୟୁରୋ : ଡେଲଟା ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବ ଓମିକ୍ରନ୍ । କିନ୍ତୁ କରୋନା ଟିକା ନେଇଥିଲେ ହିଁ ଏହି ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ । ଅର୍ଥାତ କରୋନା ଟିକା ନେଇଥିଲେ ଏବଂ ଓମିକ୍ରନ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ଏହା ଭବିଷ୍ୟତରେ ଡେଲଟା ଭୂତାଣୁ ବିରୋଧରେ ସୁରକ୍ଷା ପ୍ରଦାନ କରିବ । ଏହି ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ୍ । ଏକ ନୂଆ ଅଧ୍ୟୟନରୁ ଏହା ଜଣା ପଡିଥିବା କହିଛନ୍ତି ‘ହୁ’ ବୈଜ୍ଞାନିକ ।

ଟିକା ନେଇନଥିଲେ ଏବଂ କରୋନା ସଂକ୍ରମିତ ହେଲେ ଏହା କୌଣସି ପ୍ରକାର ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ତିଆରି କରିବ ନାହିଁ ବୋଲି ଏହି ଅଧ୍ୟୟନରୁ ଜଣାପଡିଛି । ତେଣୁ କୁହାଯାଇପାରେ ଡେଲଟା ସଂକ୍ରମଣର ବାଟ ଓଗାଳିବ ଓମିକ୍ରନ୍ ଭୂତାଣୁ । ହେଲେ ଏହା ପୂର୍ବରୁ ଲୋକଙ୍କ ସମୁହ ଟିକାକରଣ ଜରୁରୀ । କାରଣ ଟିକା ନେଇନଥିଲେ ଇମ୍ୟୁନିଟି ବୃଦ୍ଧି ହେବନାହିଁ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ସାରାବିଶ୍ୱରେ ଓମିକ୍ରନ୍ ଭୂତାଣୁର ଲହର ଜାରି ରହିଥିବାବେଳେ ଏହି ଖବର ବଡ ଆଶ୍ୱସ୍ତି ଆଣିଦେଇଛି ।