ସଫଳ ଯୁବ ବ୍ୟବସାୟୀ କରିବେ ରାଜନୀତି : ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଢ଼ିବେ ଭଂଜନଗର ମାର୍ବଲ ବ୍ୟବସାୟୀ ଅଯୋଧ୍ୟା ମହାପାତ୍ର

117

କନକ ବ୍ୟୁରୋ : ସଫଳ ଯୁବ ବ୍ୟବସାୟୀ କରିବେ ରାଜନୀତି । ଭଂଜନଗର ମାର୍ବଲ ବ୍ୟବସାୟୀ ଅଯୋଧ୍ୟା ମହାପାତ୍ର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଢ଼ିବେ । ପାଠ ପଢିବା ବୟସରୁ ନିଜ ଗୋଡ଼ରେ ଛିଡ଼ାହେବା ପାଇଁ ପ୍ରଚେଷ୍ଟା ଆରମ୍ଭ କରି ଭଂଜନଗର ସହରରେ ତିଆରି କରିଥିଲେ ଏକ ମାର୍ବଲ ଦୋକାନ । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାହାର ଶାଖା ଖୋଲିଯାଇଛି ।

ସାଧାରଣତଃ ଉଚ୍ଚ ଶିକ୍ଷିତ ଓ ସଫଳ, ବ୍ୟକ୍ତିତ୍ୱ ମାନେ ରଜନିତୀରେ ପାଦ ଦେବାକୁ ପଛଘୁଞ୍ଚା ହେଉଥିବାବେଳେ ଭଂଜନଗର ସହରର ଜଣେ ଗାର୍ଜୁଏଟ୍ ଶିକ୍ଷିତ, ମାର୍ବଲ ଓ ଟାଇଲ ବ୍ୟବସାୟୀ ଅଯୋଧ୍ୟାନାଥ ମହାପାତ୍ର ଚଳିତ ପଂଚାୟତ ନିର୍ବାଚନରେ ପାର୍ଥୀ ହେଉଥିବା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଟଙ୍କା ଉଚ ଉଚ କୋଠା ଏହା ମଣିଷର ଅସଲ ପରିଚୟ ନୁହେଁ ବରଂ ଲୋକଙ୍କ ପାଇଁ ଲୋକ ସେବାରେ ନିୟୋଜିତ କରି କିଛି କରିଦେଖାଇବା ଓ ଇତିହାସରେ ନିଜ ନାମ ଲେଖିବା ହେଉଛି ମହତ ପଣିଆ ଏହାକୁ ପାଥେୟ କରି ରାଜନୀତି ପ୍ରତି ମନ ବଳାଇଛନ୍ତି ଏହି ସଫଳ ବ୍ୟବସାୟୀ ।

ଚିଳିତ ଥର କୋଭିଡ଼ କଟକଣା ଯୋଗୁଁ ଡ଼ିଜିଟାଲ ଓ ଭର୍ଚୁଆଲ ମିଟିଂଙ୍ଗ ଦ୍ୱାରା ପ୍ରଚାର ଓ ପ୍ରସାର ସରକାର ଘୋଷଣା କରିଥିବାରୁ ତାଙ୍କୁ ପ୍ରଚାର କରିବାରେ ସହଜ ହେବ ଭାବି ପଂଚାୟତ ନିର୍ବଚାନରେ ନିଜେ ପାର୍ଥୀ ହେବାକୁ ମନ ବଳାଇଛନ୍ତି ଏହି ଯୁବ ବ୍ୟବସାୟୀ । ପଂଚାୟତ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ ନିଜ ନିଜ ଅଚଂଳକୁ ଯାଇ ଲୋକଙ୍କ ସହ ମିଶି ଛୋଟ ଛୋଟ ମିଟିଂଙ୍ଗ କରି ନିଜକୁ ଭୋଟ ଦେବାପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ।

ସକାଳୁ ଉଠି ୧୨ ଘଟଂ ପର୍ଯ୍ୟନ୍ତ ନିଜ ଦୋକାନରେ ବ୍ୟବସାୟ କଥା ବୁଝି ଦିନର ଦିତୀୟ ପ୍ରହରରେ ନିଜ ନିର୍ବଚାନ ମଣ୍ଡଳିର କୈାଣସି ନା କୋଣସି ଗୋଟିଏ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥାନ୍ତି ଏହି ଯୁବ ବ୍ୟବସାୟୀ । ଧୀରେ ଧୀରେ ରାଜ୍ୟ ତଥା ଦେଶର ରାଜନିତିରେ ଯୁବ ପିଡ଼ି ଆଗ୍ରହ ପ୍ରକାଶ କରିବା ଓ ଶିକ୍ଷିତ ଲୋକ ନିଜେ ପ୍ରାର୍ଥୀ ହୋଇ ଆଗକୁ ଆସିବା ଏହା ଗଣତନ୍ତ୍ରର ସୃଦୁଢ଼ର ସଂକେତ ବୋଲି ବୁଧିଜୀବୀ ମତ ପୋଷଣ କରିଛନ୍ତି । ଏଭଳି ଶିକ୍ଷିତ ବ୍ୟକ୍ତି ନିର୍ବାଚନରେ ପାର୍ଥୀ ହେଲେ ଅଚଂଳରେ ପ୍ରକୃତ ବିକାଶ ହୋଇପାରିବ ବୋଲି ଆଶାକରି ନିର୍ବାଚନରେ ସେ ବିଜୟ ହାସଲ କରି ଲୋକଙ୍କୁ ଠିକ୍ ସେବା ଦେବାକୁ ପ୍ରତିଜ୍ଞା କରିଛନ୍ତି ।