ବଢୁଥିବା ସଂକ୍ରମଣ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବଡ ନିଷ୍ପତ୍ତି, ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଅର୍ନ୍ତଜାତୀୟ ଉଡାଣ

108

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଜାରି କରିବାରେ ଲାଗିଛନ୍ତି । ଏହି କ୍ରମରେ ବେସାମରିକ ବିମାନ ଚଳାଚଳ ବିଭାଗ ବି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣି କଟକଣା ଲଗାଇଛି । ଡିଜିସିଏର ସୂଚନା ମୁତାବକ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଅର୍ନ୍ତଜାତୀୟ ବିମାନ ଉଡାଣ ବନ୍ଦ ରହିବ । ହେଲେ ଏହି କଟକଣା କର୍ଗୋ ଓ ଡିଜିସିଏ ଅନୁମତି ପାଇଥିବା ବିମାନ ଉଡାଣ ଉପରେ ଲାଗିବ ନାହିଁ    ।

ସୂଚନା ଥାଉକି ଏହା ପୂର୍ବରୁ ଡିଜିସିଏ ତରଫରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ରୋକ ଲଗାଇଥିଲା । ଭାରତକୁ ଆସୁଥିବା ଓ ଭାରତରୁ ଯାଉଥିବା ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପ୍ରଥମେ ୨୦୨୦ ମାର୍ଚ୍ଚ ୨୩ ତାରିଖରୁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଜୁଲାଇ ୨୦୨୦ ରେ ପାଖା ପାଖି ୨୮ ଟି ଦେଶ ସହିତ ହୋଇଥିବା ଏୟାର ବବୁଲ ବୁଝାମଣା ପରେ ବିଶେଷ ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଉଡାଣ ଆରମ୍ଭ କରାଯାଇଥିଲା ।