ଏବେ ବି ବ୍ରିଟିଶ ଅମଳର ନିୟମରେ ଚାଲିଛି ଓଡିଶା ପୋଲିସ। କାହିଁକି ବଦଳୁନି ୮୨ ବର୍ଷ ତଳର ପୋଲିସ ମାନୁଆଲ ଉଠିଲା ପ୍ରଶ୍ନ?

206

କନକ ବ୍ୟୁରୋ: ବଲିଉଡ ଚଳଚିତ୍ରର ଏହି ଦୃଶ୍ୟ ଦେଖିଲେ ଆମେ ଭାବୁ ଆମ ପୋଲିସ କାହିଁକି ଏମିତି ହେଉନି । ଚଳଚିତ୍ରର ପୁଲିସ ଅଫିସରଙ୍କ ଭଳି ନୂଆ ଢ଼ାଞ୍ଚାରେ କାହିଁକି କାମ କରୁନି। କିନ୍ତୁ ଆମ ରାଜ୍ୟରେ ଯେତେବେଳେ ୮୨ବର୍ଷ ତଳର କଲୋନିଆଲ ତଥା ଉପନିବେଶବାଦ ସମୟର ନିୟମ ରହିଛି ସେତେବେଳେ ଏମିତି ଆଶା କରିବା କଷ୍ଟକର ।

ଦେଶ ସ୍ୱାଧୀନ ପୂର୍ବରୁ ୧୯୪୦ ମସିହାରେ ପ୍ରସ୍ତୁତ ହୋଇଥିଲା ପୁଲିସ ମାନୁଆଲ । ଏହି ମାନୁଆଲ ୧୮୬୧ ମସିହାର ଆକ୍ଟ ଅନୁସାରେ ପ୍ରସ୍ତୁତ କରାଯାଇଥିଲା । ଆଉ ସେହି ମାନୁଆଲ ଅନୁସାରେ ଏବେ ବି କାର୍ଯ୍ୟ ଚାଲିଛି ।
ଗୋଟିଏ ଗୋଟିଏ ମାମଲାର ତଦନ୍ତ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଗୋଟିଏ ଗୋଟିଏ ମାମଲାର ତଦନ୍ତରେ ନିୟୋଜିତ ହୋଇଥାନ୍ତି । ହେଲେ ପୋଲିସ ମାନୁଆଲ ଅନୁସାରେ..
– ବର୍ତ୍ତମାନ ପୁଲିସ ବ୍ୟବହାର କରୁଥିବା କାର ପରିବର୍ତେ ଖଚର ତଥା ଛୋଟ ଘୋଡାର ବ୍ୟବାହାର କରିବାର ନିୟମ ରହିଛି ।
-ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଏହି ଖଚର କିମ୍ବା ଛୋଟ ଘୋଡାକୁ ବ୍ୟବହାର କରିବେ ।
– ବିଭିନ୍ନ ମାମଲାରେ ତଦନ୍ତ କରୁଥିବା ଅଧିକାରୀଙ୍କୁ ଗସ୍ତ ଖର୍ଚ୍ଚ ବାବଦକୁ ମାସିକ ୨୩ ଟଙ୍କା ମିଳିବା ବ୍ୟବସ୍ଥା ।
– କୌଣସି ଭୁଲ ପାଇଁ ଅଭିଯୁକ୍ତମାନଙ୍କୁ ଶାରିରୀକ ଦଣ୍ଡ ଦେବାର ନିୟମ ରହିଛି, ଯାହା ଏବେ ମାନବ ଅଧିକାର ନିୟମର ଉଲଙ୍ଘନ କରୁଛି ।
– ଏକ ଗାଈ ଯଦି ରେଳ ସମ୍ପତି ଅବା ରେଳ ବିଭାଗ ପରିଧି ମଧ୍ୟକୁ ଅନଧିକାର ପ୍ରବେଶ କରେ ତାକୁ ବାନ୍ଧି ରଖାଯିବ ।
– ସଂକ୍ରାମକ ରୋଗ ହୋଇଥିବା ରୋଗୀଙ୍କୁ ଟ୍ରେନରୁ ବାହାର କରିଦେବା ପାଇଁ ନିୟମ ।

ରାଜ୍ୟରେ ୮୨ବର୍ଷ ତଳର ପୋଲିସ ମାନୁଆଲ ଅନୁସାରେ କାର୍ଯ୍ୟଚାଲୁଥିବାରୁ ଅନେକ କାର୍ଯ୍ୟ ଠିକ୍ ଢ଼ଙ୍ଗରେ ହୋଇପାରୁ ନାହିଁ । ଯାହାକୁ ଦେଖି ପରିବର୍ତନ କରିବାର ଆବଶ୍ୟକତା ଥିବା କହିଛନ୍ତି ପୂର୍ବତନ ପୋଲିସ ଡିଜି । ପ୍ରଶ୍ନ ଉଠୁଛି କେବେ ବଦଳିବ ୮୨ବର୍ଷ ତଳର ପୋଲିସ ମାନୁଆଲ? ନାଁ ଏମିତି ଚାଲିଥିବ ।