ଶାରଦୀୟ ଦୁର୍ଗା ପୂଜାର ଅନନ୍ୟ ପରମ୍ପରା। ମା’ଙ୍କ ପୂଜା ପାଇଁ ଦେହଜୀବୀ ଦିଅନ୍ତି ମାଟି।

229

କନକ ବ୍ୟୁରୋ: ପାର୍ବଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଢା ଚାଲିଛି ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା । ଗୋଟିଏ ପଟେ ମୂର୍ତି କାରିଗର ମୂର୍ତି ଗଢିବାରେ ବ୍ୟସ୍ତ, ଅନ୍ୟପଟେ ପ୍ରସ୍ତୁତ ହେଉଛି ପୂଜା ମଣ୍ଡପ । ଶାରଦୀୟ ଦୂର୍ଗାପୂଜାର ପରମ୍ପରା ଭିତରେ ବହୁବର୍ଷ ଧରି ଏକ ବିଧି ଚଳିଆସୁଛି । ମାଆଙ୍କ ପୂଜାରେ ଲାଗେ ଗଣିକାପଡାର ମାଟି । କଟକ-ଭୁବନେଶ୍ୱର ଦୈତନଗରୀରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ଓ ପୂଜକ ଏହି କଥାକୁ ସ୍ପଷ୍ଟ କରିଛନ୍ତି । ପରମ୍ପରା ଅନୁସାରେ ଘଟ ପ୍ରତିଷ୍ଠା ପାଇଁ ବ୍ୟବହାର ହୁଏ ସପ୍ତମାଟି । ଆଉ ଗଣିକାପଡାର ମାଟିରେ ସ୍ନାନ କରିବା ପରେ ମାଆଙ୍କ ପ୍ରତିମା ଶୁଦ୍ଧ ହୁଏ ବୋଲି ବିଶ୍ୱାସ ରହିଛିା

ଦେହ ବ୍ୟବସାୟ ଆମ ଦେଶରେ ବେଆଇନ ନୁହେଁ । ତଥାପି ସମାଜରେ ଏହି ଶ୍ରେଣୀ ଗ୍ରହଣୀୟ ହୋଇପାରନ୍ତି ନାହିଁ । କିନ୍ତୁ ଶାରଦୀୟ ଦୂର୍ଗାପୂଜାରେ ଗଣିକାପଡା ମାଟିର ଆବଶ୍ୟକତା ଦେହଜୀବୀଙ୍କ ସାମାଜିକ ସମ୍ମାନକୁ ବଢାଇ ଦିଏ । ନଜର ପକାନ୍ତୁ କାହିଁକି ଦରକାର ପଡେ ଗଣିକାପଡାର ମାଟି?
ମତବାଦ- ୧
– ବିଶ୍ୱାସ ରହିଛି ପ୍ରତେକ ମଣିଷର କାନ୍ଧରେ ମା’ ଲକ୍ଷ୍ମୀ ବାସ କରନ୍ତି
– ହେଲେ ଗଣିକାପଡାକୁ ଯାଉଥିବା ବ୍ୟକ୍ତି କାନ୍ଧରୁ ଓହ୍ଲାଇ ଯାଆନ୍ତି ମା’
– ଗଣିକାର ଦ୍ୱାରଦେଶରେ ମା’ ଲକ୍ଷ୍ମୀ ଓହ୍ଲାଇ ଯାଉଥିବାରୁ ଏହା ପବିତ୍ର ପାଲଟି ଯାଏ
– ତେଣୁ ସେହି ପବିତ୍ର ମାଟିକୁ ମା’ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଣାଯାଇଥାଏ
– ସେହି ମାଟିରେ ଷଷ୍ଠୀଠାରୁ ଦଶମୀ ଯାଏଁ ମା’ଙ୍କ ପ୍ରତିମାକୁ ସ୍ନାନ କରାଯାଏ
ଆଉଏକ ମତବାଦ ଅନୁସାରେ
ମତବାଦ- ୨
– ଦଶହରାରେ ନାରୀର ୯ଟି ରୁପକୁ ପୂଜା କରିବାର ପରମ୍ପରା ଅଛି
– ଯାହାକୁ କୁହାଯାଏ ‘ନବକନ୍ୟା’
– ଏହି ‘ନବକନ୍ୟା’ ମଧ୍ୟରେ ଗଣିକା ମଧ୍ୟ ଅନ୍ୟତମ
– ତେଣୁ ନାରୀର ଏହି ସ୍ୱରୁପକୁ ସମ୍ମାନ ଦେବାପାଇଁ ଗଣିକାପଡାରୁ ମାଟି ଅଣାଯାଉଛି