ମାଟ୍ରିକ ପରୀକ୍ଷାର୍ଥୀ ଦେଉଛନ୍ତି ଇଂରାଜୀ ପରୀକ୍ଷା : ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା

100

କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଉଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ପରୀକ୍ଷା । ଦୁଇ ଘଣ୍ଟା ପରୀକ୍ଷାର ଅବଧି ରହିଛି । ପରୀକ୍ଷାକୁ ସୁବ୍ୟବସ୍ଥା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି ।

ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି । ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଡ୍ୟୁଟିରେ ପଡିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମୋବାଇଲ ବନ୍ଦ ରଖିବେ । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ ହେବ । କପି ରୋକିବାକୁ ମୋଟ୍ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ୫୭ଟି ସେଂଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିବେ ଓ ପରୀକ୍ଷା ସମ୍ପର୍କରେ ବୁଝିବେ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।