ମହିଳା ସମାବେଶ ବେଳେ ଭାବବିହ୍ୱଳ ହେଲେ ଦୀପାଳି : କହିଲେ ମୃତ୍ୟୁର ୨ ଦିନ ପୂର୍ବରୁ ଶୀଘ୍ର ଘରକୁ ଫେରିବାକୁ ଫୋନ କରିଥିଲେ ବାପା

815

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪୩ ଦିନ ହେଲାଣି । ହେଲେ ହତ୍ୟା ପଛର କାରଣ ଏଯାଏଁ ଖୋଜି ବାହାର କରିପାରି ନାହିଁ କ୍ରାଇମବ୍ରାଞ୍ଚ । ଏହାରି ଭିତରେ ନବ ଦାସ ଝିଅ ଦୀପାଳିକୁ କରିଥିବା ଫୋନ କଲ ଚର୍ଚ୍ଚାକୁ ଆସିଛି । ଗତକାଲି ମହିଳା ସମାବେଶକୁ ସମ୍ବୋଧନ କରି ଦୀପାଳି କହିଛନ୍ତି ବାପା ତାଙ୍କୁ ଜାନୁୟାରୀ ୨୮ ତାରିଖରେ ଫୋନ କରି ଶୀଘ୍ର ଘରକୁ ଫେରିବାକୁ କହିଥିଲେ ।

୨୯ତାରିଖ ସୁଦ୍ଧା ଘରକୁ ଫେରିଆସିବାକୁ ସେ ଦୀପାଳିଙ୍କୁ କହିଥିଲେ । ଦୀପାଳିଙ୍କ ଏହି ମନ୍ତବ୍ୟ ପରେ ପ୍ରଶ୍ନ ଉଠୁଛି ନବ ଦାସ କଣ ହତ୍ୟା ଷଡ ଯନ୍ତ୍ର ବାବଦରେ ପୂର୍ବରୁ କିଛି ସୁରାକ ପାଇଥିଲେ କି । ସେହିପରି ହତ୍ୟା ଦିନ ମଧ୍ୟ ନବ ଦାସ ତାଙ୍କ ଶେଷ ଭାଷଣରେ ଏପରି କିଛି କହିଥିଲେ ଯାହାକୁ ନେଇ ସେହି ସମୟରେ ଚର୍ଚ୍ଚା ବଢିଥିଲା ।

କହିଥିଲେ ଲୋକେ ରାମ କୃଷ୍ଣଙ୍କୁ ସମାଲୋଚନା କରିଥିଲେ, ସେମାନେ କଣ ନବ ଦାସଙ୍କୁ ଛାଡିବେ । ଝିଅ ଦୀପାଳିଙ୍କୁ ଫୋନ କରି ଘରକୁ ଡାକିବା ଓ ସମାବେଶରେ ଶତ୍ରୁଙ୍କ ବାବଦରେ ନବ ଯାହା ପ୍ରତିକ୍ରିୟା ରଖିଥିଲେ ସେଥିରୁ ଚର୍ଚ୍ଚା ହେଉଛି, ନବ ଦାସ ହତ୍ୟା ଷଡଯନ୍ତ୍ର ବାବଦରେ କିଛି ଜାଣିପାରିଥିଲେ କି ?

ଜାନୁୟାରୀ ୨୮ ତାରିଖରେ ଦୀପାଳିଙ୍କୁ ଫୋନ କରିଥିଲେ
ଝିଅକୁ ଫୋନ କରି ଶୀଘ୍ର ଝାରସୁଗୁଡା ଆସିବାକୁ କହିଥିଲେ
କାହିଁକି ନବ ଦାସ ଫୋନ କରିଥିଲେ ?
ଜୀବନ ପ୍ରତି ବିପଦ ଥିବା ପୂର୍ବରୁ ଜାଣିପାରିଥିଲେ କି ?
ହତ୍ୟା ଷଡଯନ୍ତ୍ର ବାବଦରେ ସୂଚନା ପାଇଥିଲେ କି ?
ଝିଅଙ୍କୁ ଡାକି ସବୁ ଦାୟିତ୍ୱ ଦେବାକୁ ଚାହୁଁଥିଲେ କି ?