ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା : ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ

ସେପଟେ ଶିମିଳିପାଳରେ ନିଆଁ ଲିଭାଇବାକୁ ୨ଟି ଓଡ୍ରାଫ ଟିମ୍ ମୁତୟନ ନେଇ ଟ୍ୱିଟ କଲେ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ

94

କନକ ବ୍ୟୁରୋ : ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ହାଇକୋର୍ଟରେ ମାମଲା । ହେଲିକପ୍ଟରରେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ କରାଯାଇଛି ପକ୍ଷଭୁକ୍ତ କରାଯାଇଛି ।

ସେପଟେ  ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟ ଚାଲିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ଦୁଇଟି ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିବାବେଳେ, ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି । ଶିମିଳିପାଳର ପିଠାବଟା ରେଞ୍ଜରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ପଂଚମ ବାଟାଲିୟନର ଏକ ଟିମ୍ ।

ସେହିପରି ବାଲେଶ୍ୱର ଓଡ୍ରାଫର ଏକ ଟିମ୍ ଜଶିପୁର ରେଞ୍ଜରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜଙ୍ଗଲ ନିଆଁ ଲିଭା କାମକୁ ଅନୁଧ୍ୟାନ କରିବା ସହ ନିଆଁ ଲିଭା କାମକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କଫୋର୍ସ ଗଠନ ହୋଇଛି । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇ ପାରିବ ସେନେଇ ପ୍ରୟାସ କରିବ ଏହି କମିଟି । ସେହିପରି ନିଆଁ ଲାଗିବାର କାରଣ ମଧ୍ୟ ଖୋଜିବ ।